(ଯାଜପୁର) ; ଦୁନିଆରେ ଅଜବ ମଣିଷ ଅଛନ୍ତି । ନିଜର ଅଜବ କାମ ପାଇଁ ଚଚର୍ଚାକୁ ଆସିଛନ୍ତି । ଆଜି ସେମିତି ଏକ ଅଜବ ମଣିଷ ଯାଜପୁରେ ଦେଖିବାକୁ ମିଳିଛି । ଆଉ ତାଙ୍କେ ଅଜବ କାରନାମ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଇଯିବେ । ଯାଜପୁର ଜିଲ୍ଲା ଦାନଗାଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ଗମ୍ଭାରୀପାଟିଆ ଗ୍ରାମର ୪୮ ବର୍ଷୀୟ କିଶୋର ବଦରା । ସେ ଗତକାଲି ନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ କିଶୋର ସାପଟିକୁ ଉତକ୍ଷିପ୍ତ ହୋଇ ଧରି ପକାଇଥିଲେ । ଏବଂ କାହିଁକି ସାପ କାମୁଡ଼ିଲା ବୋଲି, ପ୍ରତିଶୋଧ ପରାୟଣ ହୋଇ ସେହି ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇଦେଇଥିବା ଜଣାପଡ଼ିଛି ।ଏହାପରେ ସାପଟିକୁ ନଫୋପାଡ଼ି ଗାଁ ଧରି ଆସିଥିଲେ । ଘଟଣା ସମ୍ପର୍କରେ ନିଜ ପରିବାର ଓ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ ବଦରା । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସାପକୁ କାମୁଡ଼ିଦେଇଥିବା ବ୍ୟକ୍ତି ଜଣଙ୍କ କୌଣସି ସମ୍ପର୍କୀୟଙ୍କ କଥାକୁ ଶୁଣି ନଥିଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଉଛି ବିଷାକ୍ତ ସାପ ଉକ୍ତ ବ୍ୟକ୍ତିଙ୍କୁ କାମୁଡ଼ିବା ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡ଼ିଦେଇଥିଲେ । ତଥାପି ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।