ଓଡିଶା

ସାପ କାମୁଡିଲା ବୋଲି ସାପକୁ କାମୁଡିଲେ

(ଯାଜପୁର) ; ଦୁନିଆରେ ଅଜବ ମଣିଷ ଅଛନ୍ତି । ନିଜର ଅଜବ କାମ ପାଇଁ ଚଚର୍ଚାକୁ ଆସିଛନ୍ତି । ଆଜି ସେମିତି ଏକ ଅଜବ ମଣିଷ ଯାଜପୁରେ ଦେଖିବାକୁ ମିଳିଛି । ଆଉ ତାଙ୍କେ ଅଜବ କାରନାମ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଇଯିବେ । ଯାଜପୁର ଜିଲ୍ଲା ଦାନଗାଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ଗମ୍ଭାରୀପାଟିଆ ଗ୍ରାମର ୪୮ ବର୍ଷୀୟ କିଶୋର ବଦରା । ସେ ଗତକାଲି ନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ କିଶୋର ସାପଟିକୁ ଉତକ୍ଷିପ୍ତ ହୋଇ ଧରି ପକାଇଥିଲେ । ଏବଂ କାହିଁକି ସାପ କାମୁଡ଼ିଲା ବୋଲି, ପ୍ରତିଶୋଧ ପରାୟଣ ହୋଇ ସେହି ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇଦେଇଥିବା ଜଣାପଡ଼ିଛି ।ଏହାପରେ ସାପଟିକୁ ନଫୋପାଡ଼ି ଗାଁ ଧରି ଆସିଥିଲେ । ଘଟଣା ସମ୍ପର୍କରେ ନିଜ ପରିବାର ଓ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ ବଦରା । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସାପକୁ କାମୁଡ଼ିଦେଇଥିବା ବ୍ୟକ୍ତି ଜଣଙ୍କ କୌଣସି ସମ୍ପର୍କୀୟଙ୍କ କଥାକୁ ଶୁଣି ନଥିଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଉଛି ବିଷାକ୍ତ ସାପ ଉକ୍ତ ବ୍ୟକ୍ତିଙ୍କୁ କାମୁଡ଼ିବା ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡ଼ିଦେଇଥିଲେ । ତଥାପି ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

 

Related posts

ଦରଦୀମଣିଷ ଥିଲେ ଗୁରୁପଦ ନନ୍ଦ ସୁପ୍ନେଶ୍ୱର୍ ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତ

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews

ଆଜି ଗଜଉଧାରଣ ବେଶ ଦର୍ଶନ ଦେବେ ଶ୍ରୀଜିଉ

mahabharatanews