ଓଡିଶା

ନିଜ ପ୍ରେମିକାକୁ ବିବାହ ନିମନ୍ତେ ଝିଅ ହେଲେ ପୁଅ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ପ୍ରେମ ଅମର । ପ୍ରେମର ରାସ୍ତା ନୁହେଁ ସହଜ । ଅନେକ ବାଧା ବିଘ୍ନକୁ ସାମ୍ନା କରିବାକୁ ପଡିଥାଏ ପ୍ରେମୀ ଯୁଗଳଙ୍କୁ । ଅନେକ ସମାଲୋଚନାକୁ ସାମ୍ନା କରିବାକୁ ପଡିଥାଏ । କେବେ ପରିବାର ତ କେବେ ସମାଜର ଡର । ପ୍ରେମରେ ମିଳନ ପୂର୍ବରୁ କରିବାକୁ ପଡିଥାଏ ଅନେକ ତ୍ୟାଗ। ଏମିତି କିଛି ତ୍ୟାଗ କରିଛନ୍ତି ଜଣେ ଯୁବତୀ। ଝିଅ ସାଙ୍ଗକୁ ବିବାହ କରିବା ପାଇଁ ସେ ପୁରୁଷ ଭାବେ ନିଜର ଅସ୍ତ୍ରୋପଚାର କରିଛନ୍ତି। ଏ ଦୃଶ୍ୟ ହେଉଛି ଆମେରିକାରେ। ସେଠାରେ ରହୁଥିବା ଏହି ଦମ୍ପତ୍ତି ହେଲେ ୨୫ ବର୍ଷୀୟ ଆରୋନା ଏବଂ ୨୬ ବର୍ଷୀୟ କୋଏଲା। ଦୁହେଁ ପିଲାଦିନର ବନ୍ଧୁ।

ଗୋଟିଏ ସ୍କୁଲରେ ପାଠ ପଢିଛନ୍ତି। ସ୍କୁଲରେ ପାଠ ପଢା ସରିବା ପରେ ଦୁହେଁ ଦୂରେଇ ଗଲେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ରହି ପାଠ ପଢିଲେ। ପରସ୍ପରଠୁ ୬ ବର୍ଷ ଅଲଗା ରହିଥିଲେ । କିନ୍ତୁ କେହି କାହାରିକୁ ଭୁଲିପାରିନଥିଲେ। ପରସ୍ପରକୁ ଭଲ ପାଇ ବସିଥିଲେ ଉଭୟେ । ଅସ୍ତ୍ରୋପଚାର ସମୟରେ ଆରୋନା କଠିନ ସମୟ ଦେଇ ଗତି କରୁଥିଲେ ଏଥିରେ କୋଏଲା ତାଙ୍କର ଏକ ଭଲ ସାଥୀ ଏବଂ ସହଯୋଗୀ ସାଜି ତାଙ୍କ ମନୋବଳ ଦୃଢ କରାଇଥିବା ସେ କହିଛନ୍ତି।

କୋଭିଡ୍ ଲକ୍ଡାଉନ୍ ସମୟରେ ଆରୋନା ଜାଣିବାକୁ ପାଇଲେ ଯେ ସେ ତୃତୀୟ ଲିଙ୍ଗୀ। ଏହାପରେ ସେ ଅସ୍ତ୍ରୋପଚାର ସାହାଯ୍ୟରେ ପୁଅ ହେଲେ ଏବଂ ଏ ସମ୍ପର୍କରେ କୋଏଲାଙ୍କୁ ଜଣାଇଲେ। ସବୁ ଜାଣିବା ପରେ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥହିଲେ ।ତେବେ ସେମାନେ ଏବେ ବେଶ ଖୁସିରେ ଥିବା କହିଛନ୍ତି । ପ୍ରେମର ବାଟ ଯେତେ କଠିନ ହେଲେ ମଧ୍ୟ ଶେଷରେ ଖୁସି ମିଳିଥାଏ ।

Related posts

 ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ କରିବ ସଂକୀର୍ତ୍ତନ

mahabharatanews

ହୀରାକୁଦରୁ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ହେଉଛି ନିଷ୍କାସିତ

mahabharatanews

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews