Uncategorized

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

(ନୂଆଦିଲ୍ଲୀ): ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ତା’ର ପ୍ରଭାବ ଏବେ ପାକିସ୍ତାନରେ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ସରକାର, ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ଏକ ଚିଠିରେ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି । ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋର୍ଡ ପ୍ରସ୍ତୁତ କରାଯାଇଛି । ଶିକ୍ଷକ ଆଉ ଜିନ୍ସ ଓ ଟି-ସାର୍ଟ ପିନ୍ଧିପାରିବେ ନାହିଁ ସେହିପରି ଶିକ୍ଷୟତ୍ରୀ ମାନେ ଟାଇଟ୍ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହିପରି କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକଙ୍କ ପାଇଁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଏଫଡିଇ ଅନ୍ତର୍ଗତ କୌଣସି ସ୍କୁଲ, କଲେଜ୍ କିମ୍ବା ୟୁନିଭର୍ସିଟିର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଜିନ୍ସ, ଟି-ସାର୍ଟ କିମ୍ବା ଟାଇଟ ପୋଷାକ ପିନ୍ଧି ପାରିବେ ନାହିଁ । ପାକିସ୍ତାନର ଶିକ୍ଷକମାନଙ୍କୁ ଅଫିସ ସମୟରେ ଓ କ୍ୟାମ୍ପସରେ ପାଦ ଦେବା ସମୟରେ ଏସବୁ ନିୟମକୁ ପାଳନ କରିବାକୁ ପଡ଼ିବ । ଏନେଇ ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକ ସରକାରଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ସ୍ୱର ଉଠାଇଛନ୍ତି । କିଛି ଲୋକ କହିଛନ୍ତି ଯେ ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଯୌନ୍ୟ ନିର୍ଯ୍ୟାତନା ପାଇଁ ମହିଳାଙ୍କ ପୋଷକ ପିନ୍ଧାକୁ ଦୋଷ ଦିଅନ୍ତି ସେଠାରେ ଏଭଳି ନିର୍ଦ୍ଧେଶନାମା ଜାରି କରିବା ସ୍ୱାଭାବିକ ।

Related posts

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews

ଅର୍ଦ୍ଧସାମରିକ ଫୋର୍ସର ବିଲୟ ଯୋଜନା ପ୍ରସ୍ତୁତ

mahabharatanews

ଭଗବାନ! ପୁଅଟିଏ ଦେଲ, ଦେଲନି କାନ

mahabharatanews