Uncategorized

ଏଲଏସିରେ ଆଲୋଚନାରେ ସମାଧାନ ବାହାରିନାହିଁ: ରାଜନାଥ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ବିବାଦ ଥମିବାର ନାମ ନେଉ ନାହିଁ । ଏକାଧିକ ଆଲୋଚାନା ସତ୍ତେ୍ୱ ବାହାରୁ ନାହିଁ ସମାଧାନର ବାଟ । ଏଲଏସିରେ ଉତ୍ତେଜନା ଜାରି ରହିଛି । ଏସମ୍ପର୍କରେ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏଲଏସି ବିବାଦର ସମାଧାନ ଲାଗି ଏକାଧିକବାର ଚୀନ ସହ ସୈନ୍ୟସ୍ତରରେ ଓ କୁଟନୈତିକ କ୍ଷେତ୍ରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିନାହିଁ। ଏବେ ବି ଉତ୍ତେଜନାପୂର୍ଣ୍ଣ ସ୍ଥିତି ବଜାୟ ରହିଛି। ଏକ ସାକ୍ଷାତକାରରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି, ଯଦି ଏଲଏସିର ପୂର୍ବ ଲଦାଖରେ ସ୍ଥିତି ଏହିପରି ଜାରି ରୁହେ ତେବେ ତେବେ ସୈନ୍ୟ ମୁତୟନ ଅପରିବର୍ତ୍ତିତ ରହିବ । ଭାରତ-ଚୀନ ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ବୟ କାର୍ୟ୍ୟତନ୍ତ୍ର (ଡବ୍ଲ୍ୟୁଏମସିସି)ର ବୈଠକ ଡିସେମ୍ବର ମାସ ଆରମ୍ଭରେ ହୋଇଥିଲା। ସୈନ୍ୟସ୍ତରୀୟ ଆଲୋଚନା ଯେକୌଣସି ସମୟରେ ହୋଇପାରେ ବୋଲି ରାଜନାଥ କହିଛନ୍ତି।

 

Related posts

 ବର୍ଷାରେ ୪ ମୃତ, ୪୦ ନିଖୋଜ

mahabharatanews

ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ସଂକ୍ରମଣରୁ ସୁରକ୍ଷିତ ରଖିବ: ଡବ୍ଲୁଏଚଓ

mahabharatanews

ପଞ୍ଜାବ: କନେଷ୍ଟବ ଗୁଳିରେ ସ୍ତ୍ରୀ ସମେତ ୪ ଜଣଙ୍କ ମୃତ୍ୟୁ

mahabharatanews