(କଲାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରଣମାଲ ଗ୍ରାମଠାରେ ଲକଡାଉନ ସମୟରେ ଚୋର ସକ୍ରିୟ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରରେ ତିନି ସ୍ଥାନରେ ଚୋରି ହୋଇଥିବା ଜଣାପଡିଛି । ରଣମାଲ ଭୁର୍ଷିଗୁଡାର ହିରୋ ଡ଼ନ ଗାଡି ଚୋରି ହୋଇଥିବା ବେଳେ ହିରୋ ସିଡ଼ି୧୦୦SSଗାଡିକୁ ଭାଙ୍ଗି ଦେଇଥିବା ଦେଖାଦେଇଛି । ଗାଡିଟିରେ ପେଟ୍ରୋଲ ନଥିବା ଜଗୁ ଛାଡି ଦେଇଥିବା ଜଣାପଡିଛି । ପୁଣି ଏକ କିରିନା ଦୋକାନକୁ ତାଲାଭାଙ୍ଗି ଚୋରି ଉଦ୍ୟମ କରିଥିବା ବେଳେ ଲୋକେ ଉଠିପଡିବାରୁ ଦୌଡ଼ି ପଳେଇ ଥିବାବେଳେ ତାଙ୍କ TVS SUPER EXEL OR08G0044 ଗାଡି ଛାଡି ଦେଇଛନ୍ତି । ଗାଡି ନମ୍ବର ଟି ଫେଂକ ଥିବା ବେଳେ ଜୟପାଟଣା ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ଚୋର ସାଥିରେ ଶାବଳ ଓ ପେଟ୍ରୋଲ ଧରି ବୁଲୁଥିବା ବେଳେ ତାଙ୍କ ଉଦେଶ୍ୟ କଣ ଜଣାପଡିନାହିଁ।
previous post
