ଓଡିଶା

ଜୟପୁର ସ୍ଥିତ ଗ୍ଲୋକାଲ ହସ୍ପିଟାଲରେ ହେବ କୋରନା ରୋଗୀଙ୍କ ଚିକିତ୍ସା

କୋରାପୁଟ: ଦେଶରେ ଦିନକୁ ଦିନ ମହାମାରୀ କୋରୋନା ତାହାର କାୟା ବିସ୍ତାର କଲା ବେଳେ , କୋରୋନା ରୋଗୀଙ୍କୁ ଯେଭଳି କିଛି ଅସୁବିଧା ନ ହୁଏ ସେଥି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛି। ଜୟପୁର ସ୍ଥିତ ବେସରକାରୀ ଗ୍ଲୋକାଲ ହସ୍ପିଟାଲ କୁ କୋରୋନା ରୋଗୀଙ୍କ ନିମନ୍ତେ ବ୍ୟବହାର କରାଯିବ ତାହା ଏକ ପ୍ରକାର ଚୂଡାନ୍ତ ହୋଇଛି । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ସିଡିଏମ ଓ ଡାକ୍ତର ପିକେ ସାମନ୍ତରାୟ, ଡିପିଏମ ଓ ଅନ୍ୟାନ୍ୟ ଅଧିକାରୀମାନେ ଗ୍ଲୋକାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେହି ଚିକିତ୍ସାଳୟରେ କୋରନା ସନ୍ଦିଗ୍ଧ କିମ୍ବା କୋରନା ପୀଡିତଙ୍କ ଚିକିତ୍ସା ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଏପରିକି ଜୟପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପୁରୁଣା ସବ ଡିଭିଜନ ହସ୍ପିଟାଲରେ ମଧ୍ୟ ଆଇସୋଲେସନ ୱାର୍ଡ ଖୋଲା ଯାଇଛି । କୋରାପୁଟ ଓ ଜୟପୁର ସହରର କିଛି ଦାଦନ ଶ୍ରମିକ ବାହାର ଦେଶ ଓ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘର ବାହୁଡା ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଇ ସାରିଛି । ଜୟପୁର ସ୍ଥିତ ମଲ୍ଟି ସୁପର ସ୍ପେଶାଲିଷ୍ଟ ଗ୍ଲୋକାଲ ହସ୍ପିଟାଲରେ ରୋଗ ନିରୂପଣ କରିବା ପାଇଁ ଅତ୍ୟାଧୁନିକ ମେସିନ ସହ ୧୫୦ ଟି ବେଡ଼ ରହିଛି । ଏହା ଏକ ଶୀତତାପ ନିୟନ୍ତ୍ରଣ ହସ୍ପିଟାଲ ହୋଇଥିବାରୁ ଏହା କେବଳ କୋରନା ରୋଗୀଙ୍କ ପାଇଁ ଉପଯୁକ୍ତ ବୋଲି ସିଡିଏମ କହିଛନ୍ତି । ତେବେ ଏହି ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ହେବ ନା ନାହିଁ ତାହା ପରବର୍ତ୍ତୀ ସମୟରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସିଡିଏମ ସୂଚନା ଦେଇଛନ୍ତି।

Related posts

ଘୁମୁସରରେ ବାଘ ଗଣନା ଆରମ୍ଭ 

mahabharatanews

ଆଜି ମହାଶିବରାତ୍ରୀ

mahabharatanews

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ

mahabharatanews