ଓଡିଶା

ଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରୁଥିବା ବେଳେ ଧରା ପଡିଲା ଚୋର

ବଲାଙ୍ଗୀର/ଜଗନ୍ନାଥ ଧରୁଆ : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରୁଥିବା ବେଳେ ଧରା ପଡିଲା ଚୋର | ଗତକାଲି ରବିବାର ଅପରାହ୍ନ ୦୨:୪୫ ରେ ଜଗନ୍ନାଥ ନିଆଲ ତାଙ୍କ ଏଚଏଫ ଡିଲକ୍ସ ବାଇକ ନଂ ଓଡି ୦୩- ୮୭୭୦ କୁ ଘର ଦାଣ୍ଡରେ ରଖି ଘର ଭିତରେ ଥିଲେ | ଜଣେ ଅଜଣା ଯୁବକ ବାଇକ ଚୋରି କରୁଥିବା ପଡୋଶୀ ପ୍ରକାଶ ସୁନା ଦେଖି ବାଇକ୍ ଲୁଟ୍ ହେଉଥିବ ଜାଣିପାରି ପାଟି କରିବା ପରେ ବାଇକ ମାଲିକ ସହ ଗ୍ରାମର ଲୋକ ଭିଡ ହୋଇ ଯାଇ ଥିଲେ ଏବଂ ଲୁଟେରାକୁ ଧରି ନିର୍ଘାତ୍ ଛେଚି ଥିଲେ | ଖବର ପାଇ ଖପ୍ରାଖୋଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରା ଉଚରା କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ଏବଂ ଆଜି ତାକୁ କୋର୍ଟ ଚାଲାଣ କରିଛି ପୁଲିସ |

Related posts

ଦୁଇ ପରିବାର ହାତାହାତି, ୫ ଗୁରୁତର

mahabharatanews

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

mahabharatanews