ଓଡିଶା

ବସକୁ ପିଟିଲା ଟ୍ରକ, ଚାପି ହୋଇ ରହିଛି ଚାଳକ…

(ବାରିପଦା): ଘାଟିରେ ଟ୍ରକ ପିଟିଲା ବସ୍କୁ । ଏହି ଦୁର୍ଘଟଣାରେ୨୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ଘାଟିରେ । ତେବେ ସୂଚନା ଅନୁଯାୟୀ ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିର ପ୍ରଥମ ବାଙ୍କରେ ବାରିପଦାରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା ବସ୍ । ଫଳରେ ବସ୍ରେ ୨୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ତେବେ ବସ୍ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍ ଟି ଘାଟି ତଳକୁ ଖସୁ ଖସୁ ରହିଯାଇଥିଲା । ବସ୍ ଚାଳକ ଆହାତ ହେବା ସତ୍ୱେ ମେଧ୍ୟ ଆହାତ ଯାତ୍ରୀଙ୍କୁ ଧରି ବାଙ୍ଗିରିପୋଷି ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି । ସେପଟେ ଟ୍ରକ ଡ୍ରାଇଭର ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କର ଗୋଟିଏ ହାତ ସଂପୂର୍ଣ୍ଣ କଟି ଯାଇଥିବା ବେଳେ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଗତ କିଛି ବର୍ଷ ହେବ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ହେଉଛି ବୋଲି ସାଧାରଣରେ ଆଲୋଚନା କରାଯାଉଛି । ତେଣୁ ଏହି ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ଦାବି ଲାଗି ରହିଛି ।

Related posts

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୁଭଦ୍ରା ଶକ୍ତି ମେଳା

mahabharatanews

ସରାଇ ରଖିବ ହୋଟେଲ, ଢାବା ଉପରେ ନଜର

mahabharatanews

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews