ଓଡିଶା

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ହିଞ୍ଜିଳି ଅଞ୍ଚଳର ଯୁବ ଶିଳ୍ପୀ ଅରୁଣ କୁମାର ସାହୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଅରୁଣଙ୍କ ଭାସ୍କର୍ୟ୍ୟ ଦକ୍ଷତା ନେଇ ଖବର ପ୍ରକାଶ ପାଇବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସହ ସାକ୍ଷାତ କରିବାକୁ ଇଛା ପ୍ରକାଶ କରିଥିଲେ। ଅରୁଣ କାଠରେ ବିଭିନ୍ନ ସୂକ୍ଷ୍ମ କାରୁକାର୍ୟ୍ୟ କରି ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି। ଅରୁଣଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାଷ୍ଠ ଭାସ୍କର୍ୟ୍ୟ ଦେଖି ମନ୍ତ୍ରୀ ଅବିଭୁତ ହେବା ସହ ଅରୁଣଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଅରୁଣ ମନ୍ତ୍ରୀଙ୍କୁ “ଅଜାଦି କା ଅମୃତ ମହୋତ୍ସବ” ସମ୍ବଳିତ ଏକ କାଷ୍ଠ ପ୍ରତିକୃତି ଉପହାର ଭାବରେ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶାକୁ କାଠରେ ପୁସ୍ତକ ଆକାରରେ ପ୍ରସ୍ତୁତ କରିଛନ୍ତି। ଏହି ଦୁଇଟିକୁ ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ଇଚ୍ଛା ରଖିଛନ୍ତି। ଶିଳ୍ପୀ ଅରୁଣଙ୍କ ସହ ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଘୁମୁସର ଜିଲ୍ଲା ଉପସଭାପତି ମାଧବ ଗୌଡ଼, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଆକାଶ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଉପସଭାପତି ରାକେଶ କୁମାର ରଥ, ନଗର ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅରୁଣ ଏହି ହନୁମାନ ଚାଳିଶା ତାଙ୍କୁ ଉପହାର ଭାବରେ ଦେବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଆଶ୍ୱସ୍ତ କରାଇଛନ୍ତି।

 

Related posts

କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା

mahabharatanews

୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ 

mahabharatanews

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews