ମନୋରଞ୍ଜନ

ରିଲିଜ ହେଲା  ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’

(ମୁମ୍ବାଇ) : ରିଲିଜ ହେଲା ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’ ।  ଦର୍ଶକ ଉତ୍ସାହର ସହିତ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’ର ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି, ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ନାନା ପାଟନେକର, ପଲ୍ଲଭି ଯୋଶୀ, ଅନୁପମ ଖେର, ରାଇମା ସେନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି।

ସୂଚନାନୁଯାୟୀ , କାଶ୍ମୀର ଫାଇଲ ପରେ ବିବେକ ଅଗ୍ନିହୋତ୍ରିଙ୍କ ଫ୍ୟାନ୍ସଙ୍କ ଆଶା ବଢିଯାଇଛି । ତେବେ ଦର୍ଶକଙ୍କ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି ବିବେକ ଅଗ୍ନିହୋତ୍ରି । ‘ଦ ଭ୍ୟାକ୍ସିନ୍ ୱାର୍’କୁ ଦର୍ଶକଙ୍କର ବଜେଟିଭ୍ କମେଣ୍ଟ ଆସିବା ଆରମ୍ଭ ହୋଇଯାଇଛି । ସେ ଏହି ଚଳଚ୍ଚିତ୍ରକୁ ପାୱରଫୁଲ୍ ବୋଲି ବର୍ଣ୍ଣନା କରିଛନ୍ତି । ତରନ୍ ଆଦର୍ଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଭ୍ୟାକ୍ସିନ୍ ୱାର୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଯାହାକୁ ସମସ୍ତେ ଦେଖିବା ଉଚିତ୍ । ଏହା ପାୱାରଫୁଲ୍ ଏବଂ ପ୍ରେରଣାଦାୟକ, ଏଠି ହିରୋ ଆମ ଦେଶର ବୈଜ୍ଞାନିକ ମାନେ । ବିବେକ ଅଗ୍ନିହୋତ୍ରୀ 2ଘଣ୍ଟା 40 ମିନିଟ୍ ମଧ୍ୟରେ ସେମାନଙ୍କର ବଳିଦାନ ଏବଂ ଶକ୍ତିକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଛନ୍ତି ।

Related posts

ବିବାହ ବନ୍ଧନରେ ବାନ୍ଧି ହେବେ ପୁଲକିତ୍ ଓ କ୍ରିତି

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ମାଆଙ୍କୁ ଖୁବ ଭଲପାଆନ୍ତି ସଲ୍‌ମାନ

mahabharatanews