ଓଡିଶା

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

(ତାଳଚେର) :  ୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ। ହଁ ଆଂଜ୍ଞା ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ଗଣେଶ ପୂଜାରେ । ଲଡୁକୁ ନିଲାମ ନେଇଛି ଲାଲବାଗ ରାଜା ପୂଜା କମିଟି । ସମୁଦାୟ ୨୨ ଲକ୍ଷ ୨୨ ହଜାର ୨୨୨ଟଙ୍କାରେ ଏହି ଲଡ଼ୁ ନିଲାମ ହୋଇଛି । ୩୧ କ୍ୱିଣ୍ଟାଲ ଓଜନର ଏହି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଲଡ଼ୁକୁ ୪୦ଜଣ କାରିଗର ଦୁଇଦିନରେ ତିଆରି କରିଥିଲେ ।

ସୂଚନାନୁଯାୟୀ, ଗୁରୁବାର ତାଳଚେର ଗଣେଶ ପୂଜାର ଲଡୁ ନିଲାମ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରୀୟ ପୂଜା କମିଟି ସର୍ବ ସମ୍ମୁଖରେ ଲଡୁ ନିଲାମ କରିଥିଲେ । ଗଜାନନଙ୍କ ଆଜ୍ଞା ଲଡୁ ନିଲାମରେ ବିଭିନ୍ନ ପୂଜା କମିଟି ଏବଂ ସର୍ବସାଧାରଣ ଲୋକେ ଭାଗ ନେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳ ସାଂସଦ ଯୋଗ ଦେଇଥିଲେ ।.

 

Related posts

୩୦-୩୦-୪୦ ଫର୍ମୁଲାରେ ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ

mahabharatanews

ମୃତକଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲେ ସରପଞ୍ଚ ଓ ସାଂସଦ ପ୍ରତିନିଧି

mahabharatanews

୩୦ ଜିଲାରୁ ଆଉ ୨ ହଜାର ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews