ଓଡିଶା

ଗଜପତି ଅଂଚଳର ଗୌରବ ସାଜିଲେ ଯାଜ୍ଞସେନୀ

ଗଜପତି ଅଂଚଳର ଗୌରବ ସାଜିଲେ ଯାଜ୍ଞସେନୀ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଯାଜ୍ଞସେନୀ । ମୋହନା ହିଲ୍ ଟପ ମହାବିଦ୍ୟାଳୟ ଯୁକ୍ତ ୩ ର ଛାତ୍ରୀ ଯାଜ୍ଞସେନୀ ବେହେରା । ପ୍ରଥମେ ମହାବିଦ୍ୟାଳୟ ଓ ଜିଲ୍ଲାରେ ପୁରସ୍କୃତ ହୋଇ ଗତ ୧୧ ତାରିଖରେ ଭୁବନେଶ୍ଵର ବିଜେବି ମହାବିଦ୍ୟାଳୟରେ ଆୟୋଜିତ ଯୁବ ଲେଖକ ଦିବସ /ଅମୃତ ପିଢି ସାରସ୍ଵତ କର୍ମଶାଳାରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିଲେ । ଭୁବନେଶ୍ୱର ଓୟୁଟି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରମୁଖ ଙ୍କ ଉପସ୍ଥିତରେ ଯାଜ୍ଞସେନୀଙ୍କୁ ପୁରସ୍କୃତ କରାଯାଇଥିଲା । ତାଙ୍କର କୃତିତ୍ୱ ପାଇଁ ହିଲ୍ ଟପ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପରିବାର ବର୍ଗ ଏବଂ ଗଜପତି ଜିଲ୍ଲାବାସୀ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜୟଦେବ ବିହାରର ବିଦ୍ୟୁତପ୍ରଭା

mahabharatanews

ବେଦାନ୍ତ ଫେକରରେ ପୁଣି ଅଘଟଣ : ନିଆଁରେ ପୋଡ଼ିଗଲେ ୨ ଶ୍ରମିକ

mahabharatanews

ଅଚ୍ୟୁତ ସାମନ୍ତଙ୍କୁ ମୁଁ ଭଲ ପାଏ ଓ ପୂଜା କରେ ; ରାଜ୍ୟପାଳ

mahabharatanews