ଓଡିଶା

ଚନ୍ଦନ କାଠ ଚୋରି ଘଟଣାରେ ୪ଗିରଫ

ବାଲିଗୁଡା – ଚନ୍ଦନ କାଠ ଚୋରି କରିବାବେଳେ ଧରାପଡିଲେ ଚୋର ।  କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ  ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଛନ୍ତି । ସେ ଚାରି ଜଣ ହେଲେ ରାଇକିଆ ଥାନାର ସିସାପାଙ୍ଗା ଗ୍ରାମର ଅଭୟ ଦିଗାଲ (୨୧),ଜଗନ ପ୍ରଧାନ (୨୨) ଲାମ୍ବୁଙ୍ଗିଆ ଗ୍ରାମର ନାରାୟଣ ପ୍ରଧାନ (୩୭) ଓ ଆଦିତ୍ୟ ନାୟକ (୨୧)।ଚୋର କାଟିଥିବା ଚନ୍ଦନ କାଠ ନେବା ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରିଥିଲେ। ସେଠାକାର ଗ୍ରାମ ରକ୍ଷୀ ସାରଙ୍ଗଡ ଥାନାକୁ ଖବର ଦେଇଥିଲେ। ଖବର ପାଇଁ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ, SI କୃଷ୍ଣ ଚନ୍ଦ୍ର ଗୈାଡ, ASI ଜି. ଗଣପତି ରେଡି ଓ କେଶବ ଭାଦ୍ରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ କାଠ ଓ ବାଇକ ଜବତ କରିଥିଲେ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଦୁବୃର୍ତ୍ତ ମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ନାମରେ ଓଚଉ ଧାରା ୩୭୯/ ୩୪ ଲଗାଇ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ।

 

Related posts

ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

mahabharatanews

ରାତି ପାହିଲେ ନୂଆପଡ଼ାବାସୀ ବାଛିବେ ନିଜର ନୂଆ ବିଧାୟକ

mahabharatanews

ଜେଲରେ ଅନୁତାପ କରୁଛି କି ଶିବ ?

mahabharatanews