ଓଡିଶା

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

(ଜୟନ୍ତ କୁମାର ସେଠୀ, ଗୋପ): ସାରା ବିଶ୍ୱରେ ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ରେ ଭୟଙ୍କର ବାତାବରଣ ଖେଳାଇ ଦେଇଛି । ଦିନକ ପରେ ଦିନ ସ୍ଥିତି ଭୟାବହ ହେଉଥିବାବେଳେ କରୋନା ଦମନ ପାଇଁ କୌଣସି ମେଡ଼ିସିନ ଏ ପର୍ୟ୍ୟନ୍ତ ବାହାରି ନାହିଁ । ଯାହା କରୋନାରୁ ଦୁରେଇ ରହିବା ପାଇଁ ଏକମାତ୍ର ଉପାୟ ସଚେତନ, ସତର୍କ ଓ ସାମାଜିକ ଦୂରତାକୁ ବଜାୟ ରଖିଲେ ମହାମାରୀ କରୋନାରୁ ବର୍ତ୍ତି ହେବ ବୋଲି କେନ୍ଦ୍ର ତଥା ରାଜ୍ୟ ସରକାର ବାର୍ତ୍ତା ଦେଇଛନ୍ତି । ଲକଡାଉନ ବ୍ୟବସ୍ଥା କଡାକଡି କରିବା ସହ ରାଜ୍ୟରେ ଜିଲ୍ଲାପାଳଙ୍କ ତରଫରୁ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶ ରହିଛି । ସେପଟେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସମସ୍ତ ଜନସାଧାରଣ ୫ ଏପ୍ରିଲ୍କୁ ମହାମାରୀ କରୋନା ଭୁତାଣୁ ଦାଉରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ପାଖରେ ୯ ମିନିଟ ଦିପ ଲଗାଇ ପ୍ରାର୍ଥନା କରିଥିଲାବେଳେ ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଶ୍ରୀ ପୁରୁଷୋତ୍ତମ ପଞ୍ଚାୟତର ସେବକ ସାହି ପାଟଣାରେ ଥିବା ଗୋପୀନାଥଙ୍କ ମନ୍ଦିରରୁ ଗତ ରାତିରେ ତାଲା ଭାଙ୍ଗି ଠାକୁରଙ୍କର କିରିଟି, କୁଣ୍ଡଳୀ, ବଇଁଶୀ, ଖଡୁ ରାଧାଙ୍କ ପାଉଁଜି ସହ ଦାନବାକ୍ସ ମଧ୍ୟ ଚୋରି ହୋଇଯାଇଛି। ଏହାର ଏକ ମାସ ପୂର୍ବରୁ ମଧ୍ୟ ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା ଓ ମନ୍ଦିର ତରଫରୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ଦିଆଯାଇ ଥିବା ମନ୍ଦିର କମିଟି ତରଫରୁ ସୂଚନା ମିଳିଛି। ତେବେ ବର୍ତ୍ତମାନର ପରିସ୍ଥିତିରେ କରୋନାର କରାଳ ରୂପରୁ ସୃଷ୍ଟିକୁ ରକ୍ଷା କରିବା ପାଇଁ ସମଗ୍ରମାନବ ସମାଜ ଭଗବାନଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ବେଳେ କିଛି ଦୁବୃର୍ତ୍ତଙ୍କର ଏହି କୁକର୍ମକୁ ଭକ୍ତଙ୍କ ହୃଦୟରେ କୁଠାରାଘାତ ହେବା ସହିତ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିଛନ୍ତି।

Related posts

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

mahabharatanews

ସ୍ୱାମପାଟଣା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

mahabharatanews

ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ: ଥାନାରେ ଏତଲା

mahabharatanews