ଓଡିଶା

ସ୍ୱାମପାଟଣା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

(ମହାଭାରତ, ପାଟଣା): ଆଞ୍ଚଳିକ ମହାବିଦ୍ୟାଳୟ ସ୍ୱାମପାଟଣା ପରିସରରେ ଝିଅମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ପରିସରରେ ଏହି ଆତ୍ôମରକ୍ଷା କୌଶଳ ୧୨ ଦିନ ଧରି ଚାଲିବ । ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ମଞ୍ଜରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ସମ୍ନାନିତ ଅତିଥି ଭାବେ ମାଷ୍ଟର ଟ୍ରେନର ଉମାବତୀ ପାତ୍ର, ଅଧ୍ୟାପକ କେବକ କୁମାର ଡାକୁଆ, ବିରେନ୍ଦ୍ର କୁମାର ସାହୁ, ଋଜତ କୁମାର ଦାସ ଯୋଗ ଦେଇ ଆତ୍ମରକ୍ଷା ବିଷୟରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମାର୍ଗଦର୍ଶନ କରିଥିଲେ । ସମ୍ପ୍ରତି ରାସ୍ତାଘାଟରେ ଓ ବିଭିନ୍ନ ସ୍ଥାନରେ ଝିଅ ତଥା ଯୁବତୀମାନଙ୍କୁ ଦୁଷ୍କର୍ମ, ଅସଦାଚାରଣ, ଦୁର୍ବ୍ୟବହାର ଆଦି ଅନେକ ଘଟଣା ଘଟୁଛି । ଏଥିପାଇଁ ଯୁବତୀମାନେ ନିଜର ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣ ନେବା ଆବଶ୍ୟକ ବୋଲି ଯୋଗ ଦେଇଥିବା ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷା କହିଛନ୍ତି ।

Related posts

ଅସମ୍ଭାଳ ହୀରାକୁଦ ପାଣି : ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ 

mahabharatanews

ବସନ୍ତ ପଞ୍ଚମୀ ଉପଲକ୍ଷେ ବାଲୁକା ଶିଳ୍ପୀ ବିଦ୍ୟାଦାତ୍ରୀଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି

mahabharatanews

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚାପାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ

mahabharatanews