ଭାରତ

ଆମେଥିରେ ଉତ୍ତେଜନା 

(ଆମେଥି) : ଆମେଥିରୁ ଅଭାବନୀୟ କାଣ୍ଡ । ଏଠାରେ ଥିବା ଗୌରିଗଞ୍ଜରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଅଧା ଡଜନରୁ ଅଧିକ ଗାଡିର ଗ୍ଲାସ ଭାଙ୍ଗି ଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ପରେ କଂଗ୍ରେସ ନେତା ଓ କର୍ମୀମାନଙ୍କ ମନରେ ଅସନ୍ତୋଷ ଦେଖା ଯାଇଛି ।

ସୂଚନାନୁଯାୟୀ ,  ସିଓ ସମେତ ସ୍ଥାନୀୟ ପୋଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ପଛରେ ବିଜେପିର ହାତ ଥିବା ଉତକ୍ଷିପ୍ତ କଂଗ୍ରେସ ନେତା ଓ କର୍ମୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ଏହି ଘଟଣା ପରେ ୟୁପି କଂଗ୍ରେସ ନିଜ X ହ୍ୟାଣ୍ଡେଲରେ ଲେଖିଛି, ‘ପରାଜୟର ଭୟ ଯୋଗୁଁ ବିଜେପି ଭୟଭୀତ ହୋଇ, ବିଳିବିଳେଇବା ଆରମ୍ଭ କରିଛି । ଆମେଠିରେ ପ୍ରଶାସନର ଉପସ୍ଥିତିରେ ବିଜେପି କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟ ବାହାରେ ପାର୍କିଂ ହୋଇଥିବା ଅଧା ଡଜନ ଗାଡିକୁ ଭଙ୍ଗାରୁଜା କରି ଦେଇଛନ୍ତି। ଉକ୍ତ ସମୟରେ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରଦୀପ ସିଙ୍ଘଲ ଜୀ ଉପସ୍ଥିତ ଥିଲେ । ସେ କଂଗ୍ରେସ କର୍ମୀଙ୍କ ସହ ଦୁର୍ବୃତ୍ତଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । କିନ୍ତୁ ପୁଲିସ କିଛଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସବୁ ଥର ପରି ଦର୍ଶକ ସାଜିଥିଲା।

Related posts

ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ 

mahabharatanews

ଏକ ଟ୍ରକରୁ ପୁଳାପୁଳା ଟଙ୍କା ଜବତ

mahabharatanews

ରାଜଧାନୀ ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ

mahabharatanews