ଭାରତ

ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ 

(ଦିଲ୍ଲୀ) :  ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ପୂର୍ବରୁ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତରକୁ ହ୍ରାସ କରିବା ପାଇଁ କେଜ୍ରିୱାଲ ସରକାର ନଭେମ୍ବର ୧୩ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର ନିୟମ ଲାଗୁ କରାଯାଇଥିଲା । ଯାହାକୁ ନେଇ ଦିଲ୍ଲୀ ସରକାର ବର୍ତ୍ତମାନ ଏକ ବଡ ଘୋଷଣା କରିଛନ୍ତି। ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ ।

ସୂଚନାନୁଯାୟୀ , ଗତକାଲି ରାତିରେ ବର୍ଷା ପରେ  ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ ସ୍ତରରେ ଉନ୍ନତି ଦେଖାଯାଉଛି। AQI ହ୍ରାସ ପାଇ ପ୍ରାୟ ୩୦୦ରେ ପହଞ୍ଚିଛି । ଯେଉଁଥି ପାଇଁ ବର୍ତ୍ତମାନ ୧୩ରୁ ୨୦ ପର୍ଯ୍ୟନ୍ତ ଅଡ-ଇଭିନ୍ ଲାଗୁ କରିବାର ନିୟମକୁ ସ୍ଥଗିତ ରଖାଯାଇଛି ।ଦୀପାବଳି ପରେ ସ୍ଥିତିକୁ ନଜରରେ ରଖି ପୁଣି ପରିସ୍ଥିତିକୁ ବିଶ୍ଳେଷଣ କରାଯିବ।

Related posts

ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି

mahabharatanews

ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଶିଶୁଙ୍କ ମୃତ୍ୟୁ

mahabharatanews

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

mahabharatanews