ଓଡିଶାପାଣିପାଗ

୭ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର:  ୭ ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର । ବର୍ଷାରେ ଭିଜିବ ଓଡ଼ିଶା । ୬ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆଜି ପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ ଏସବୁ ଜିଲ୍ଲା ସମେତ ନବରଙ୍ଗପୁର, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related posts

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

mahabharatanews

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews

ଭିଜିଲାନ୍ସ ଜାଲରେ ପୂର୍ତ୍ତ ଆକାଉଣ୍ଟାଣ୍ଟ

mahabharatanews