ଅପରାଧଓଡିଶା

ଛୁରାମାଡ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

ପାଟଣାଗଡ଼/ ଜଗନ୍ନାଥ ଧରୁଆ : ଲୁଟ ପାଇଁ ଯୁବକ କୁ ଛୁରାମାଡ । ଛୁରାମାଡ ରେ ଗୁରୁତର ହୋଇଛନ୍ତି ଯାତ୍ରୀ ଏମିତି ଘଟଣା ଘଟିଛି କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରୁ ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗ୍ରାମର ରମେଶ ବନଛୋର ଓ ପୃଥିରାଜ୍ ଚନ୍ଦନ ବସ ଷ୍ଟାଣ୍ଡ କୁ ଆସୁଥିବା ବେଳେ ୪ ରୁ ୫ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ୨ଜଣ କୁ ଘେରାଉ କରି ଲୁଟ ପାଟ କରିଥିଲେ । ଲୁଟ ସମୟ ରେ ଦୁର୍ବୃତ୍ତ ମାନେ ରମେଶ ବନଛୋର ଙ୍କ ଗଳା ରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ମୋବାଇଲ୍ ଛଡ଼ାଇ ଫେରାର ମାରିଥିଲେ । ରମେଶଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା କୁ ନେଇଥିଲେ ସ୍ଥାନୀୟ ଲୋକେ ସେଠାରେ ତାଙ୍କ ଚିକିତ୍ସା କରା ଯାଇଛି । ଦୁର୍ବୃତ୍ତ ମାନେ ରମେଶ ଙ୍କ ପାଖରେ ଥିବା ମୋବାଇଲ ଓ ୨୩୦୦ ଟଙ୍କା ଓ ପୃଥିରାଜ୍ ଙ୍କ ମୋବାଇଲ ଓ ଘଣ୍ଟାକୁ ଛଡ଼ାଇ ଫେରାର ମାରିଛନ୍ତି । ଜିଆରପି ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅନେକ ସମୟ ରେ ଷ୍ଟେସନରୁ ଫେରୁଥିବା ସମୟ ରେ ଏହି ଜାଗାରେ ଯାତ୍ରୀ ମାନଙ୍କୁ ଦୁର୍ବୃତ୍ତ ମାନେ ଲୁଟ ପାଟ କରୁଛନ୍ତି ।

Related posts

ଫ୍ୟାନ୍ସଙ୍କୁ ଲଙ୍ଗ ଡ୍ରାଇଭରେ ନେଲେ ଷ୍ଟାଇଲସ ଅଭିନେତା ବିଦ୍ୟୁତ

mahabharatanews

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ ହେବ: ମୁଖ୍ୟମନ୍ତ୍ରୀ

mahabharatanews

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews