ଓଡିଶା

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ

ଭୁବନେଶ୍ୱର ( ଚିନ୍ମୟୀ ସ୍ୱାଇଁ):- ଏଣିକି ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇପାରିବ ଟିକେ । ଏନେଇ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଏହାସହିତ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ସମନ୍ୱିତ ମନ୍ଦିର ପରିଚାଳନା ବ୍ୟବସ୍ଥା ଆଇଟିଏମଏସ । ଯେଉଁଥିରେ ରହିବ , ଭକ୍ତମାନେ ଦର୍ଶନ କରିବା ସହିତ ପ୍ରସାଦ ପାଇଁ ବି ଅନଲାଇନ ଟିକେଟ୍ ବୁକିଂ କରିପାରିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାର ବିକଳ୍ପଏ ସମ୍ପର୍କରେ ପୂର୍ବରୁ ୫ଟି ବିଭାଗକୁ ନେଇ ବୈଠକ ବସିଥିଲା ।

ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବେ । ଅନଲାଇନ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଅନଲାଇନ୍ ଟିକେଟ୍ ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର । ପ୍ରଥମ ପର୍ୟ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଦେବୋତ୍ତର କମିଶନଙ୍କୁ ଆଇନ୍ ବିଭାଗର ଚିଠିରୁ ବଡ ସୂôଚନା ମିଳିଛି ।ତେବେ ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନେକ ଲୋକ ଦୂରରୁ ଆସି ଭଗବାନଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି, କିନ୍ତୁ ଆଗକୁ ଏହି ପୋଟାଲ ମାଧ୍ୟମରେ ଟିକେଟ୍ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ ବୋଲି ଆଶା କରାଯାଉଛି ।

 

Related posts

କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଦୁର୍ଗମ ଇଲାକାରେ ଆଶାକର୍ମୀଙ୍କ ସଚେତନତା କାର୍ଯ୍ୟ

mahabharatanews

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

mahabharatanews