ଭାରତମନୋରଞ୍ଜନ

‘ଟାଇଗର-୩’ର ପ୍ରଥମ ଗୀତ ରିଲିଜ, ସଲମାନ-କ୍ୟାଟ୍ରିନାଙ୍କ ସ୍ୱାଗ୍

ବଲିଉଡ ଭାଇଜାନ ସଲମାନ ଖାନ । ଯେତେବେଳେ କମିଟମେଣ୍ଟ କରନ୍ତି, ସେ ଏହାକୁ ଠିକ ସମୟରେ ପୂରଣ କରନ୍ତି । ନିଖଟରେ ସଲମାନ କହିଥିଲେ ୨୩ ଅକ୍ଟୋବର ଅର୍ଥାତ ଆଜି ସେ ଟାଇଗର ୩ର ଲେକେ ପ୍ରଭୁ କା ନାମ’ ଗୀତ ରିଲିଜ କରିବେ । ଆଜି ତାହା ରିଲିଜ ହୋଇଛି ।ଏହି ଗୀତ ରିଲିଜ ହେବା ମାତ୍ରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଗୀତକୁ ଉତ୍ସାହର ସହ ଅପେକ୍ଷା କରିଥିଲେ ।

ଗୀତରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସିଜଲିଙ୍ଗ କେମେଷ୍ଟ୍ରିକୁ ଲୋକମାନେ ପୁଣି ଥରେ ପସନ୍ଦ କରୁଛନ୍ତି। ସଲମାନଙ୍କ ସହ କ୍ୟାଟ୍ରିନାଙ୍କ ଡ୍ୟାନ୍ସ ପୁରୁଣା ଟାଇଗର ଫ୍ରାଞ୍ଚାଇଜକୁ ମନେ ପକାଉଛି। ଗୀତର ଲୋକେସନ୍‌ ମଧ୍ୟ ବହୁତ ଚମତ୍କାର । କ୍ୟାଟ୍ରିନା ଗୋଟିଏ ଗୀତ ପାଇଁ ୭ ରୁ ଅଧିକ ପୋଷାକ ପିନ୍ଧିଛନ୍ତି। ଯେତେବେଳେ ସଲମାନ-କ୍ୟାଟ୍ରିନା ଯୋଡି ପରଦାରେ ଆସନ୍ତି। ସେମାନଙ୍କ ଚଳଚ୍ଚିତ୍ର ଧମାଲ କରିଥାଏ। ।

ଗୀତଟିକୁ ଅରିଜିତ ସିଂ ଗାଇଥିବା ବେଳର ମ୍ୟୁଜିକ ପ୍ରୀତମ ଦେଇଛନ୍ତି। ଲିରିକ୍ସ ଲେଖିଛନ୍ତି ଅମିତାଭ୍‌ ଭଟାଚାର୍ଯ୍ୟ । ଏହି ଗୀତର ଘୋଷଣା ସମୟରେ ସଲମାନ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ କ୍ୟାଟ୍ରିନା ଏବଂ ସେ ଏକାଠି ଭଲ ଗୀତ ଦେଇଛନ୍ତି । ସେ ନିଶ୍ଚିତ ଯେ ଲେକେ ପ୍ରଭୃ କା ନାମ ଲୋକଙ୍କୁ ଖୁସି କରିବ।

Related posts

ଡିଆରଡିଓର ଚତୁର୍ଥ ଶ୍ରେଣୀ କର୍ମଚାରୀ ହନିଟ୍ରାପରେ

mahabharatanews

କେଦାରନାଥ ମନ୍ଦିରରେ ବିଜେପି ସାଂସଦଙ୍କୁ ଭେଟିଲେ ରାହୁଲ୍‌ 

mahabharatanews

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews