ଭାରତ

ମୁମ୍ବାଇରେ ଭୟଙ୍କର କାଳବୈଶାଖୀ

(ମହାରାଷ୍ଟ୍ର) : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସୋମବାର ଭୟଙ୍କର କାଳବୈଶାଖୀ ଦେଖିବାକୁ ମିଳିଛି । ଆଉ ଏଥିରେ ମୁମ୍ବାଇ ଘାଟକୋପର ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ପ୍ରକୃତରେ ବର୍ଷା ପବନ କାରଣରୁ ଅନେକ ଲୋକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇଥିଲେ । ଏବେବି୧୦୦ରୁ ଅଧିକ ହୋର୍ଡିଂ ତଳେ ଫସିଛନ୍ତି । ମୁମ୍ବାଇର ଅନେକ ସ୍ଥାନରେ ଆଜି ଅପରାହ୍ନରେ ଅଚାନକ ପାଗ ବଦଳିଯାଇଥିଲା । ପ୍ରବଳ ଜୋରରେ ଝଡ ତୋଫାନ ହୋଇଥିଲା । ଅନେକ ସ୍ଥାନରେ ଏହାର ପ୍ରଭାବ ପଡିଥିଲା । ଘାଟକୋପରରେ ପ୍ରବଳ ପବନ ଯୋଗୁଁ ଏକ ହୋର୍ଡିଂ ଖସିପଡିଥିଲା । ଆହତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯ ଛୁଇଁଛି । ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଘାଟକୋପରରେ ଏନଡିଆରଏଫର ଏକ ଟିମ୍ ନିଯୁକ୍ତ ହୋଇଛି । ଏଥିରେ ୬୭ କର୍ମୀ ସୁରକ୍ଷା କାର୍ଯ୍ୟରେ ଲାଗିପଡିଛନ୍ତି ।

Related posts

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

mahabharatanews

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

mahabharatanews