ଓଡିଶା

ରାଜ୍ୟରେ ବାଘ ଗଣନା

(ରିପୋଟର୍ସ ଟୁଡେ) ; ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ବ ହୋଇଛି । ଖୁବ ଶିଘ୍ର ବାଘ ଗଣନା ପାଇଁ ରାଜ୍ୟ ସ୍ତରରେ ନୋଡାଲ ଅଫିସର ନିଯୁକ୍ତି ହେବେ । ଏହାପରେ ଏନଟିସିଏ ପକ୍ଷରୁ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। କେଉଁ ଜଙ୍ଗଲରେ ବାଘଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟ ବନ ବିଭାଗ ସହ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି, ଏନଟିସିଏ ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି।ପ୍ରଥମ ପର୍ୟ୍ୟାୟ ଗଣନା ପାଇଁ ଏକ ସ୍ଵତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି । ଗଣନାରେ ସାମିଲ ଅଧିକାରୀମାନେ ଏହି ଆପ୍ ବ୍ୟବହାର କରିବେ। ତୃତୀୟ ପର୍ୟ୍ୟାୟରେ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣତି କରାଯିବ । ଏ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ବାଘ ଗଣନା ତଥ୍ୟ ପ୍ରକାଶ ପାଇବ।

Related posts

ପାଣିପାଗ ବିଭାଗର ସତର୍କ ସୂଚନା

mahabharatanews

ଅଚାନକ ବିଗିଡ଼ିଲା  ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା  

mahabharatanews

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

mahabharatanews