ମନୋରଞ୍ଜନ

ସିଙ୍ଘମରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି

(ମୁମ୍ବାଇ) : ରୋହିତ ଶେଟ୍ଟୀ ଫିଲ୍ମ ସିଙ୍ଘମ ଫ୍ରାଞ୍ଚାଇଜର ତୃତୀୟ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ବ୍ୟାକ୍ ଟୁ ବ୍ୟାକ୍ ସେଲିବ୍ରିଟି ଯୋଗ ଦେଉଛନ୍ତି । ନିକଟରେ ଦୀପିକା ପାଦୁକୋଣଙ୍କ ସିଙ୍ଘମ ଲୁକ୍ ରିଲିଜ୍ କରାଯାଇଥିଲା । ଲେଡି ସିଙ୍ଘମକୁ ଦେଖିବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଖୁବ୍ ବଢିଯାଇଛି । ହେଲେ ସରପ୍ରାଇଜ୍ ବର୍ତ୍ତମାନ ଶେଷ ହୋଇ ନାହିଁ ।  ତେବେ ନୂଆ ASP ହେଉଛନ୍ତି ଟାଇଗର ଶ୍ରଫ୍ । ଏବେ ଟାଇଗର ଶ୍ରଫଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ । ସେ ଏସିପି ସତ୍ୟ ଭୂମିକାରେ ନଜର ଆସିବେ । ଏନେଇ ଏକ ପୋଷ୍ଟର ସେୟାର କରି ଖିଲାଡି କୁମାର ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ରୋହିତ ସେଟ୍ଟି ମଧ୍ୟ ସୋସିଆଲ ମିଡିଆରେ ଟାଇଗରଙ୍କ ଲୁକ୍ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି ତୁମକୁ ଆମ ଟିମକୁ ସ୍ୱାଗତ । ତେବେ ୨୦୨୪ରେ ଏହି ଫିଲ୍ମ ରିଲିଜ୍ ହେବ । ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନ ଟାଇଗରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଉଭୟ ଟାଇଗର ଏବଂ କ୍ରିତି ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ ।

 

Related posts

ଆଜି OTT ପ୍ଲାଟଫର୍ମରେ ରିଲିଜ ହେବ ୱେବ୍ ସିରିଜ୍ ‘Heeramandi’

mahabharatanews

ହାତକୁ ଦି ହାତ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା

mahabharatanews

 ମାର୍ଚ୍ଚରୁ ଆରମ୍ଭ ହେବ ଭୁଲ ଭୁଲୈୟା’-୩ର ସୁଟିଂ

mahabharatanews