(ଶିମିଳିପାଳ) : ଶିମିଳିପାଳରେ ହୋଇଛି ଏକ ଚମତ୍କାର । ଥିବା ମହାବଳର ଏକ ଫଟୋ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ଏଥିରେ ମହାବଳର ଶରୀରେ କଳା ରଙ୍ଗର ଅଂଶ ବେଶି ଥିବା ଦେଖିବାକୁ ମିଳିଛି । ମହାବଳ ବାଘର ଏଭଳି ଫଟୋ ସାମ୍ନାକୁ ଆସିବା ପରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାନୁଯାୟୀ , କେଉଁ କାରଣରୁ ମହାବଳ ବାଘର ଏଭଳି ରୂପ ଦେଖିବାକୁ ମିଳିଛି ସେ ନେଇ ଗବେଷଣା ଚାଲିଛି । ୧୯୭୫ରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଭଳି କଳା ପ୍ରଜାତିର ମହାବଳ ବାଘ ବା ମିଲେନିଷ୍ଟିକ୍ ଟାଇଗର୍ ଦେଖିବାକୁ ମିଳିଛି । ୨୦୦୭ ରେ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏଭଳି ଏକ କଳା ମହାବଳ ବାଘର ଫଟୋ ସାମ୍ନାକୁ ଆସିଥିଲା । ସେବେ ଠାରୁ ଏହା ଉପରେ ଅନେକ ଗବେଷଣା ଜାରି ରହିଛି । ବିଶ୍ୱରେ ବହୁ କମ ସଂଖ୍ୟାରେ ଏଭଳି ବିରଳ ପ୍ରଜାତିର କଳା ବାଘ ଶିମିଳିପାଳରେ ଦେଖାଯାଉଥିବା ବେଳେ ସେମାନଙ୍କ ସଂଖ୍ୟା କେତେ ତାହା ନିର୍ଦ୍ଧିଷ୍ଟ ଜଣାପଡିନାହିଁ । ତେବେ ଶିମିଳିପାଳରେ ପୂର୍ବରୁ ୧୮ଟି ମହାବଳ ଥିବା ବେଳେ ନିକଟରେ ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ ଏଠାରେ ଏବେ ୨୦ଟି ବାଘ ଥିବା ଜଣା ପଡିଛି ।