ମନୋରଞ୍ଜନ

ପରଲୋକରେ ଗାୟିକା ଶାରଦା ରାଜନ

(ମୁମ୍ବାଇ) : ପର‌ଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ। କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜିକା ତାଙ୍କର ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳଚ୍ଚିତ୍ର ‘ସୂରଜ’ରେ ଥିବା ‘ତିତଲୀ ଉଡି’ ଗୀତ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।

ସୂଚନାନୁଯାୟୀ , ସେ ଅଭିନେତ୍ରୀ ରାଜଶ୍ରୀଙ୍କ ପାଇଁ ଅନେକ ଗୀତ ଗାଇଥିଲେ । ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ଶାରଦାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଶାରଦା ରାଜନ ଆୟାଙ୍ଗର୍‌। ଏହା ପରେ ଶାରଦାଙ୍କ କ୍ୟାରିୟର ଗାଡି ମାଡି ଚାଲିଥିଲା। ତାଙ୍କର ସୁମଧୁର ଏବଂ ଝଲସି ଉଠୁଥିବା ସ୍ୱର ସହିତ ଶାରଦା ପ୍ରାୟ ୪ ଦଶନ୍ଧି ଧରି ବଲିଉଡ ଚଳଚ୍ଚିତ୍ରରେ ରାଜ କରିଥିଲେ।

Related posts

ଭାଇରଲ ଭେଜ୍ ବଟର ଚିକେନ୍

mahabharatanews

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

mahabharatanews

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

mahabharatanews