ଓଡିଶା

ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

(ପୁରୀ) :  ଆଜି ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ସେହିପରି ଆଜି ମକର ସଂକ୍ରାନ୍ତି ପାଇଁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ ଅନୁଷ୍ଠିତ । ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

ସୂଚନାନୁଯାୟୀ , ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ପଟା ପହରଣ ଲାଗି କରାଯିବ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ । ଚାଇନଜ୍ ମାଞ୍ଜାସୂତା ନେଲା ସେନାଙ୍କ ଜୀବନ ଆଜି ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗ ମଣ୍ତପରୁ ନେଇ ବେଢା ପରିକ୍ରମା କରାଯିବ । ଏହା ପରେ ମହାଭୋଇ ମାନେ ରୋଷଶାଳରୁ ଦହି ଆଣିବେ ସେହିପରି ଗୁଡିଆମାନେ ଫେଣା, ଶାକର, ଆଣି ମକର ଭୋଗ ପ୍ରସ୍ତୁତ କରିବେ । ଏହାପରେ ମହାପ୍ରଭୁଙ୍କ ଶ୍ରୀଚରଣରେ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି ।

Related posts

ଆସନ୍ତାକାଲି ପାଳନ ହେବ ଇଦ୍‌

mahabharatanews

ସୁନା ରୂପା ଦରରେ ଲାଗୁନି ବ୍ରେକ୍

mahabharatanews

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews