ଓଡିଶା

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

(ଜଳେଶ୍ୱର/ଅଜିତ ସାହୁ )- ବାଲେଶ୍ୱର ଓ ମୟୁରଭଞ୍ଜ ସୀମାକୁ ଲାଗିଥିବା ସମସ୍ତ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାକୁ ବନ୍ଦ କରିଛି ମୟୁରଭଂଜ ଜିଲ୍ଲା ପ୍ରଶାଶନ। ସୂଚନା ଅନୁଯାୟୀ ରାଜ୍ୟର ୬୧ ନମ୍ୱର ତଥା ବାଲେଶ୍ଵର ଜିଲ୍ଲାର ପ୍ରଥମ କୋରନା ରୋଗୀ ଚିନ୍ହଟ ପରେ ଅଧିକ ତତ୍ପର ହୋଇ ଉଠିଛି ମୟୁରଭଂଜ ଜିଲ୍ଲା ପ୍ରଶାଶନ। ରାତା ରାତି ବାଲେଶ୍ୱର ଓ ମୟୁରଭଞ୍ଜ ସୀମା କୁ ଲାଗି କରି ଥିବା ସମସ୍ତ ମୁଖ୍ୟ ଓ ଗ୍ରାମ୍ୟ ରାସ୍ତାକୁ ସିଲ କରି ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି।ତେବେ ବାଲେଶ୍ୱର କୋରୋନା ଚିନ୍ହଟ ପରେ ବି ଅପରପକ୍ଷରେ ବାଲେଶ୍ଵର ପ୍ରଶାଶନ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା ଜଣା ପଡିଛି। କେବଳ ବାଲେଶ୍ୱର ସହରର କିଛି ଅଂଶ କୁ ସିଲ କରିବା ସହିତ ପୋଲିସ ମୁତୟନ କରିଛି। ସହର ଭିତରେ ଲକଡ଼ାଉନ କଟକଣା ଓ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି। ତେବେ ଭୋଗରାଇ, ବାଲିଆପାଳ, ବସ୍ତା,ଜଳେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳ ବ୍ୟବସ୍ଥା ସଂପୂର୍ଣ ହୁଗୁଳା। ଲକଡାଉନ କଟକଣା କି ସାମାଜିକ ଦୂରତା ଦେଖିବାକୁ ମିଳୁନାହିଁ। ପୋଲିସ ପେଟ୍ରୋଲିଂ ସଂପୁର୍ଣ୍ଣ ଢିଲା। ବାହାରେ ଛେପ ପକାଇବା ଓ ବିନା ମାସ୍କରେ ବାହାରିବା ଉପରେ କାର୍ୟ୍ୟାନୁଷ୍ଠାନ ଶୂନ।  ଅନେକ ସ୍ଥାନରେ ଚା,ବିଡ଼ି,ପାନ, ଗୁଠଖା ସମେତ ନିଶାକାରବାର ବେଧଡ଼କ ଚାଲିଛି। ଗାଁଆ ପଡ଼ିଆରେ ଓ ଗଛ ମୂଳରେ ଖେଳକୂଦ ସାଙ୍ଗକୁ ତାସ ଖେଳର ପାସର ବେଶ ଜମୁଛି। ପୋଲିସ କର୍ମଚାରୀଙ୍କ ଅଭାବ ହେଉ ବା ପ୍ରଶାଶନର ହୁଗୁଳା ମନଭାବ ପାଇଁ ହୁଗୁଳା ହୋଇପଡିଛି ଗ୍ରାମାଞ୍ଚଳ ମାନଙ୍କର ବ୍ୟବସ୍ଥା। ଏଥିପ୍ରତି ଯଦି ରାଜ୍ୟ ସରକାର, ଜିଲ୍ଲା ପ୍ରଶାଶନ, ଓ ସ୍ଥାନୀୟ ପ୍ରଶାଶନ ଧ୍ୟାନ ନଦିଅନ୍ତି ପରିସ୍ଥିତି ଅଣଆୟତ୍ତ ହୋଇ ପଡିବ ଏଥିରେ ସନ୍ଦେହ ନାହିଁ।

Related posts

ସାତ ଫୁଟର ଅଜଗର ସାପ ଉଦ୍ଧାର

mahabharatanews

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

 ପାଣ୍ଡାମିକ କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଖାଦେଇଛି ବହୁ ସମସ୍ୟା: ସର୍ଭେ

mahabharatanews