ଓଡିଶାରାଜନୀତି

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ଉସ୍ମତା ନ ସରୁଣୁ ଆରମ୍ଭ ହୋଇଗଲା ପୌର ନିର୍ବାଚନ । ୨୪ ତାରିଖରେ ରାଜ୍ୟରେ ୧୦୬ଟି ଏନ୍‌ଏସି /ମୁନିସପାଲଟି ସହ ୩ଟି ମହାନଗର ନିଗମରେ ହେବାକୁ ଯାଉଛି ନିର୍ବାଚନ । କିଛିଦିନ ହେଲା ନେତା କର୍ମୀଙ୍କ ସହ ପ୍ରାର୍ଥୀଙ୍କର ଚାଲିଥିଲା ଯୋରଦାର ପ୍ରଚାର । ଆଜି ସେହି ପ୍ରଚାରର ଶେଷ ଦିନ ।

ଶାସକ ଦଳ ନିଜର ଗୁଣ ବଖାଣି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଶାସକ ଦଳର ଖୁଣ ବାଖାଣି ଭୋଟ ହାତେଇବାକୁ ଚେଷ୍ଟା କରୁଛି । କିନ୍ତୁ ଆଜି ସନ୍ଧ୍ୟା ୫ଟା ପରଠାରୁ ବନ୍ଦ ହୋଇଯିବ ନିର୍ବାଚନ ପ୍ରଚାର । ଏହା ପୂର୍ବରୁ ନିଜ ନିଜ କୌସଳରେ ଭୋଟରଙ୍କୁ ମନାଇବା ପାଇଁ ଚେଷ୍ଟା କରିଚାଲିଛନ୍ତି ପ୍ରାର୍ଥୀ । କାରଣ ୫ ଟା ପରଠାରୁ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି। ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ।

ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳରେ ମଦ ବିକ୍ରିରେ ମଧ୍ୟ ରୋକ ଲାଗିଛି । ଆଜିଠୁ ୫ ଦିନ ପର୍ଯ୍ୟନ୍ତ ମଦବିକ୍ରି ବନ୍ଦ ହୋଇଯିବ । ୨୬ ତାରିକ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, କ୍ଲବ, ହୋଟେଲ ଆଦିରେ ମଦ ବିକ୍ରି କରାଯିବ ନାହିଁ । ନିର୍ବାଚନର ସୁରକ୍ଷା ଦୃଷ୍ଟିରୁ ଏପରି ନିର୍ଦ୍ଦେଶ ନିଆଯାଇଥିବା ସୂଚନା ଦିଆଯାଇଛି ।

Related posts

ଏନଡିଏ ବର୍ତ୍ତମାନ ସୁଦ୍ଧା ୨୦୭ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ପଛରେ ରହିଛି

mahabharatanews

ସତ୍ୟବାଦୀ ବ୍ଳକ ପ୍ରଶାସନ ସାବିତ୍ରୀ ବ୍ରତ ଯୋଗୁ ଲକଡାଉନ କୋହଳ

mahabharatanews

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

mahabharatanews