ଭାରତ

କୁହୁଡ଼ି ପ୍ରକୋପ: ନିରାଶ ତାଜମହଲ ପର୍ଯ୍ୟଟକ

(ଆଗ୍ରା) : ଉତ୍ତରଭାରତର କିଛି ସ୍ଥାନ‌ରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଆଗ୍ରାରେ ପର୍ଯ୍ୟଟକମାନଙ୍କ ପାଇଁ ଥିବା ଐତିହାସିକ ଦର୍ଶନୀୟସ୍ଥାନ ସବୁ କୁହୁଡ଼ିଚାଦରରେ ଢ଼ାଙ୍କି ହୋଇଯାଇଛି। ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।

ସୂଚନାନୁଯାୟୀ , ପ୍ରବଳ ଥଣ୍ଡା ସହ କୁହୁଡ଼ି ପ୍ରକୋପ ଜାରି ରହିଛି। ଏଥିପାଇଁ ଯାତାୟାତରେ ବି ଅସୁବିଧା ଦେଖା ଦେଉଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘନକୁହୁଡ଼ି ପାଇଁ ଅନେକ ଟ୍ରେନକୁ ବାତିଲ କରାଯାଇଛି। ଆଉ କିଛି ଟ୍ରେନର ଯାତ୍ରା ସମୟକୁ ବିଳମ୍ବ କରାଯାଇଛି। ଏହି ଘନ କୁହୁଡ଼ି ପାଇଁ ବୁଧବାର  ଉତ୍ତରପ୍ରଦେଶର ଆଗ୍ରାରେ ଜାତୀୟ ରାଜପଥ‌ରେ ୧୨ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ଖାଇ ରାସ୍ତାରେ ଅଟକି ଯାଇଥିଲେ। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ‌ହୋଇଥିଲେ। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related posts

ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି; ଘୋଷଣା କଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା

mahabharatanews

‘ଚିତା ସ୍ଥାନାନ୍ତରଣ ଉପରେ ତୁରନ୍ତ ବିଚାର କର ‘ : ସୁପ୍ରିମ୍‌ କୋର୍ଟ

mahabharatanews

ଝାରଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ

mahabharatanews