ଭାରତ

JN.1 ଭ୍ୟାରିଆଣ୍ଟର ୧୦୯ ନୂଆ ମାମଲା

(ଦିଲ୍ଲୀ) :  କରୋନା ପୁଣି ଥରେ ଘାରିଛି । ୮ ରାଜ୍ୟକୁ କରୋନାର ନୂଆ ଭ୍ୟାରିଏଣ୍ଟ JN.1 ଭୟ ।  ଦେଶରେ ଆତଙ୍କ ସୃଷ୍ଟି କରିଛି। ନୂଆ ଭ୍ୟାରିଆଣ୍ଟ JN.1 ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମଙ୍ଗଳବାର ପର୍ଯ୍ୟନ୍ତ ସାରା ଦେଶରେ JN.1 Covid ଭ୍ୟାରିଆଣ୍ଟର ୧୦୯ର ନୂଆ ମାମଲା ରେକର୍ଡ କରାଯାଇଛି । ଏହି ଭାଇରାସ ବର୍ତ୍ତମାନ ଦେଶର ୮ଟି ରାଜ୍ୟରେ ବାପିଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଗୁଜୁରାଟରୁ ୩୬ଟି, କର୍ଣ୍ଣାଟକର ୩୪ଟି, ଗୋଆରୁ ୧୪ଟି, ମହାରାଷ୍ଟ୍ରରେ ୯ଟି, କେରଳର ୬ଟି, ରାଜସ୍ଥାନର ୪ଟି, ତାମିଲନାଡୁର ୪ଟି ଏବଂ ତେଲେଙ୍ଗାନାରୁ ୨ଟି ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ଅଧିକାଂଶ ରୋଗୀଙ୍କୁ କ୍ୱାରେଣ୍ଟାଇନରେ ଥିବା ନେଇ ଖବର ରହିଛି । । ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆଜି ଗୋଟିଏ ଦିନରେ ଦେଶରେରେ ୫୨୯ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୪୦୯୩କୁ ପହଞ୍ଚିଛି ।

Related posts

ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ

mahabharatanews

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

mahabharatanews

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews