ଓଡିଶା

ଆଇସିୟୁରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

(ଚିଲିକା) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଏସସିବି ମେଡିସିନ ଆଇସିୟୁରେ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଅଧୀନରେ ଚିକିତ୍ସା ଚାଲିଛି। ସେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଏସସିବି ନିୟୁ ମେଡ଼ିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ , ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାନ୍ତ ଜଜଗଦେବଙ୍କ ଡାଇବେଟିସ ବଢିଯାଇଥିବା ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ମେଡ଼ିସିନ, ହୃଦ ବିଭାଗ ଓ ଏଣ୍ଡୋ କ୍ରାଇନ ବିଭାଗର ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଆଜି ତାଙ୍କର ଇକୋ କରାଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

Related posts

ପୋଖରିରେ ବାପା ଝିଅଙ୍କ ସଲିଳ ସମାଧି

mahabharatanews

ପୂର୍ବ ଭାରତରେ ସବୁଠୁ ବଡ ଇକମୋ ୟୁନିଟ

mahabharatanews

କେବଳ ଗ୍ରୀନ୍ କ୍ରାକରକୁ ଅନୁମତି

mahabharatanews