ଭାରତ

ଟନେଲରୁ ପୁଅ ଆସିବା କଥା ଭାବି ବାପାଙ୍କର ଉଡ଼ିଗଲା ପ୍ରାଣବାୟୁ 

(ଉତ୍ତରାଖଣ୍ଡ) : ଗୋଟିଏ ପଟେ ଟନେଲରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଦେଶ ଖୁସି ମନାଉଥିବା ବେଳେ ପୁଅ ଫେରିବାର ଚିନ୍ତାରେ ବାପଙ୍କର ପ୍ରାଣବାୟୁ ଉଡ଼ିଗଲା । ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଅନ୍ତର୍ଗତ ସିଲ୍‌କ୍ୟାରା ସୁଡ଼ଙ୍ଗ ପଥ ମଧ୍ୟରେ ଫସି ରହିଥିବା ପୁଅକୁ ଉଦ୍ଧାର କରାଯିବା ଆଗରୁ ଝାଡ଼ଖଣ୍ଡରେ ଥିବା ତାଙ୍କ ୭୦ ବର୍ଷିୟ ବାପା ମାନସିକ ଉଦ୍‌ବିଗ୍ନତା ଯୋଗୁଁ ପ୍ରାଣ ହରାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।

ସୂଚନାନୁଯାୟୀ ,ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ଓ ଭିତରେ ଅନ୍ୟମାନଙ୍କ ସମେତ ତାଙ୍କ ୨୮ ବର୍ଷିୟ ପୁଅ ଭକ୍ତୁ ଫସି ରହିଥିବା  ଖବର ଶୁଣିବା ପରଠାରୁ ବାସେତ୍‌ ଓରଫ୍ ବାର୍‌ସା ମୁର୍ମୁ ବଡ଼ ଉଦ୍‌ବିଗ୍ନ ହୋଇଯାଇଥିଲେ ବୋଲି ବୁଧବାର ଦିନ ତାଙ୍କ ପରିବାରବର୍ଗ କହିଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହଦା ଗ୍ରାମସ୍ଥିତ ବାସଭବନରେ ଖଟରେ ବସିଥିବା ଅବସ୍ଥାରେ ମୁର୍ମୁଙ୍କର ମୃତ୍ୟୁ ଘଟିଲା।

Related posts

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

mahabharatanews

୩୦ ଲକ୍ଷ ଫାଇନ ଦେବ ଇଣ୍ଡିଗୋ ଏୟାରଲାଇନ୍ସ 

mahabharatanews

ବିଜେପିରେ ଯୋଗ ଦେଲେ ଶେଖର ସୁମନ

mahabharatanews