ଓଡିଶା

ଜନଗହଳି ଦେଖି ଜଙ୍ଗଳ ମୁହାଁ ହେଲେ ଆଶ୍ରୟ ନେଇଥିବା ୨ ଭାଲୁ!

ନନ୍ଦାହାଣ୍ଡି: ଶୌଚାଳୟ ଭିତରେ ଆଶ୍ରୟ ନେଲେ ୨ ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ଦହଣା ପଂଚାୟତ ଅନ୍ତର୍ଗତ ମେରନାଶ ଗ୍ରାମରେ । ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେୁ ଥିବା ଏକ ଶୌଚାଳୟ ଭିତରେ ଦୁଇଟି ଭାଲୁ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଏହା ଦେଖିବା ପରେ ବିଦ୍ୟାଳୟ ଶିକ୍ଷକ ତଥା ଚାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା । ସୂଚନାନୂସାରେ, ମେରନାଶ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ଗ୍ରାମ ଉପକଣ୍ଠ ତଥା ଜଙ୍ଗଲକୁ ଲାଗିରହିଛି ।

ନିକଟରେ ଜଙ୍ଗଲ ଥିବାରୁ ଭାଲୁ ଦୁଇଟି ପ୍ରତ୍ୟେକ ଦିନ ବିଦ୍ୟାଳୟ ନିକଟରେ ବୁଲାବୁଲି କରି ଚାଲିଯାଆନ୍ତି । ହେଲେ ଗତକାଲି ଠାରୁ ଳଗାଣ ବର୍ଷା ଲାଗି ରହିଥିଲା । ଏମିତି ସ୍ଥିତିରେ ଦୁଇଟି ଭାଲୁ ବିଦ୍ୟାଳୟ ପରିସର ମଧ୍ୟରେ ଆସି ବୁଲାବୁଲି କରିବା ପରେ ବର୍ଷା କାରଣରୁ ଏକ ଶୌଚାଳୟ ଗୃହ ମଧ୍ୟରେ ଆଶ୍ରୟ ନେଇଥିଲେ । ଏହି ସ୍କୁଲ ଭିତରକୁ ଦ୍ୱୟ ଆଶ୍ରୟ ନେଇଥିବା ଖବର ପଚାରିତ ହେବା ପରେ ଲୋକେ ଭିଡ଼ ଲଗାଇଥିଲେ ।

ଲୋକଙ୍କର ଭିହ ଦେଖି ଭାଲୁ ଦୁଇ ଭୟରେ ଜଙ୍ଗଲ ମୁହାଁ ହୋଇଥିଲେ । କିନ୍ତୁ ଆଉ କିଛି ସମୟ ପରେ ଭାଲୁ ଦ୍ୱୟ ପୁଣି ଶୌଚାଳୟକୁ ଫେରି ଆସି ଆଶ୍ରୟ ନେଇଥିଲେ । ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇଁ ବନବିଭାଗ ଆସି ପରିସ୍ଥିତିକୁ ଦେଖି ଭାଲୁକୁ ସୁରକ୍ଷିତ ଭାବରେ ଜଙ୍ଗଲ ମୁହାଁ କରିବାରେ ସଫଳ ହୋଇଛନ୍ତି । ବିଦ୍ୟାଳୟ ପାଚେରୀ ନଥିବାରୁ ଏମିତି ବାରମ୍ବାର ପରିସ୍ଥିତି ହେଉଥିବାର ଗ୍ରାମବାସୀ କହିଛନ୍ତି ।

 

Related posts

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ସାମାଜିକ ଦୂରତାକୁ ପଛରେ ପକାଇ ଉଜ୍ଜଳା ଗ୍ୟାସ ପାଇଁ ଭିଡ଼

mahabharatanews

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

mahabharatanews