ଅପରାଧଓଡିଶା

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

(କଟକ / ଜଗନ୍ନାଥ ମହାନ୍ତ) : ସିଲଭରସିଟିରୁ ଜବତ ହେଲା ଧଳା ଜହର । ୨ଜଣ ବ୍ରାଓନ ସୁଗାର ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହାସହ ସେମାନଙ୍କ ନିକଟରୁ ୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଜଗତପୁର ଥାନା ପୋଲିସ। ଯାହାର ମୂଲ୍ୟ ୮ଲକ୍ଷ ଟଙ୍କା ହେବ ଏଥି ସହିତ ୧୬ ଶହ ଟଙ୍କା,୨ଟି ମୋବାଇଲ ଫୋନ୍ ଓ ଗୋଟିଏ ବାଇକ୍ ଜବତ୍ କରିଛି ପୋଲିସ । ସୂଚନା ଅନୁଯାୟୀ ଜଗତପୁର ଥାନା ପୋଲିସ ଜଗତପୁର ଖଇରା ବ୍ରିଜ ନିକଟରେ ଦୁଇଜଣ ବ୍ରାଉନ ସୁଗାର୍ ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆଇଆଇସି ରବିନ୍ଦ୍ର ନାଥ ମେହେର ଖଇରା ବ୍ରିଜ ନିକଟରେ ପହଞ୍ଚି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଆଜି ଏହି ଦୁଇ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

Related posts

୧୩ରୁ ବଢିବ ତାତି,୪୦ ଡିଗ୍ରୀ ଛୁଇଁବା ସମ୍ଭାବନା 

mahabharatanews

ବୃଦ୍ଧାଙ୍କୁ ଦଳି ଦେଲା ହାତୀ

mahabharatanews

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

mahabharatanews