ଓଡିଶା

ମାଟ୍ରିକ ଖାତା ଦେଖା ନେଇ ୩ ଦିନରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଯୁକ୍ତ୨ ପରୀକ୍ଷା ଅଧାରୁ ବନ୍ଦ ରଖାଯାଇଥିଲା । ମାଟ୍ରିକ ପରୀକ୍ଷା ସରିଥିଲେ ମଧ୍ୟ ଖାତା ଦେଖା କାର୍ଯ୍ୟ ହୋଇନାହିଁ । ଏଭଳି ପରିସ୍ଥିତିରେ ଯୁକ୍ତ ୩ ପିଲାଙ୍କ ବାକି ଥିବା ପରୀକ୍ଷା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯଥାଶୀଘ୍ର ଶେଷ ହୋଇପାରି ନ ଥିବା ପରୀକ୍ଷା କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଦଶମ ଖାତା ଦେଖା ମଧ୍ୟ ଯଥାଶୀଘ୍ର ଶେଷ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଦଶମ ଖାତା ଦେଖା ଏବଂ ଯୁକ୍ତ୨ ପରୀକ୍ଷା କରାଯିବା ଉପରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବୈଠକ ବସି ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟାଳୟ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିସାରିଥିବା ଜାଣିବାକୁ ମିଳିଛି। ଅନ୍ୟପଟେ ପୂର୍ବରୁ ୯ମ ଶ୍ରେଣୀ ପିଲାଙ୍କ ବାକିଥିବା ବିଷୟ ପରୀକ୍ଷାକୁ ଛାଡ଼ି ଅନ୍ୟ ବିଷୟଗୁଡିକ ଉପରେ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିଲାଗି ଶିକ୍ଷକମାନଙ୍କ ଘରକୁ ୯ମ ପିଲାଙ୍କ ଖାତା ପଠାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମନ୍ତ୍ରୀ ଦାଶଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୯ମ ଶ୍ରେଣୀରେ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ କରିଦିଆଯାଇଛି। ଅର୍ଥାତ୍‌ ରାଜ୍ୟର ସବୁ ୯ମ ପିଲା ଏଥର ଦଶମ ଶ୍ରେଣୀରେ ପାଠ ପଢ଼ିବେ। କରୋନା ଯୋଗୁ ଦଶମରେ ପଢ଼ିବାକୁ କିଏ ଯୋଗ୍ୟ ଏବଂ ଅଯୋଗ୍ୟ ତାହା ପ୍ରଥମ ଥର ଦେଖାଯିବ ନାହିଁ। ଅନ୍ୟପଟେ ଏବର୍ଷଠାରୁ ଦ୍ୱାଦଶରେ ପଢୁଥିବା ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପାସ୍‌, ଫେଲ୍‌ ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ସହ ଦ୍ୱାଦଶ ପରୀକ୍ଷା କଡ଼ାକଡ଼ି ହେବ ବୋଲି ମଧ୍ୟ ବିଭାଗ ଘୋଷଣା କରିଥିଲା। କିନ୍ତୁ କରୋନା ଯୋଗୁ ଏଥିରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ସବୁ ଛାତ୍ରୀଛାତ୍ରଙ୍କୁ ପାସ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Related posts

ରାଜ୍ୟରେ  ସ୍କ୍ରବ୍ ଟାଇଫସ୍ ଭୟ , ପୁଣି ଜଣେ ମୃତ  

mahabharatanews

ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

mahabharatanews

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews