ଓଡିଶା

ବଜ୍ରାଘାତରେ ଦୁଇ ଚାଷୀ ମୃତ

ଭଞ୍ଜନଗର: ଚାଷୀଙ୍କ ପାଇଁ ଗୋଟିଏ ପଟେ ବର୍ଷାର ଅଭାବ ଦାଉ ସାଜିଥିବା ବେଳେ ବଜ୍ରପାତ ମଧ୍ୟ ଚାଷୀଙ୍କ ପ୍ରତି ନିଷ୍ଠୁର ପାଲଟିଛି । ଚାଷ ଅଭାବ, ମରୁଡି ପରିସ୍ଥିତି ଇତ୍ୟାଦିକୁ ନେଇ ଅନେକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଏ ଭିତରେ ବଜ୍ରପାତ ମଧ୍ୟ ଏମାନଙ୍କ ଜୀବନ ପ୍ରତି ବିପଦ ପାଲଟିଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ବିଲରେ କାମ କରିବା ସମୟରେ ବଜ୍ରପାତ ହେବାରୁ ଅଞ୍ଚଳର ଦୁଇ ଜଣ ପ୍ରାଣ ହରାଇଛନ୍ତି । କୁରୁଲେଇ ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁ ଏବଂ ତନଗଡା ଗ୍ରାମର ଛବିତା ଡାକୁଆ ଉଭୟ ବଜ୍ରାଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ୧୦୮ ଯୋଗେ ଭଞ୍ଜନଗର ମେଡିକାଲ ପଠାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଏହାପରେ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

mahabharatanews

ବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସର

mahabharatanews

ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି

mahabharatanews