ଅପରାଧଓଡିଶା

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର : ହକି ବିଶ୍ବକପ ପାଇଁ ସାରା ଭୁବନେଶ୍ବର ପ୍ରତି ଛକକୁ ଜଗିଛି ପୁଲିସ। ରାତିସାରା ଭ୍ୟାନ ପଇଁତରା ମାରୁଛନ୍ତି। କିନ୍ତୁ, ଏଭଳି ପରିସ୍ଥିତିରେ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ଗୋଟିଏ ଅପରାଧ ରାଜଧାନୀରେ ଘଟିଛି। ଭୁବନେଶ୍ବରର ଅନ୍ୟତମ ଷ୍ଟେସନ ପଟିଆରେ ଦୁଇ ନାବାଳିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗଣଦୁଷ୍କର୍ମ କରାଯାଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ନାବାଳିକା ଦିବ୍ୟାଙ୍ଗ ଥିବା ସୂଚନା ମିଳିଛି। ନାବାଳିକା ଦୁଇଜଣଙ୍କ ହାତ ଗୋଡ଼ ବାନ୍ଧି ରାତିତମାମ ଅଭିଯୁକ୍ତମାନେ ଦୁଷ୍କର୍ମ କରି ଚାଲିଥିଲେ। ସକାଳୁ ସକାଳୁ ଦୁଇଜଣ ନାବାଳିକା ଘରକୁ ଫେରି ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେମାନେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପଟିଆ ରେଳଷ୍ଟେସନ ଭୁବନେଶ୍ବର ରେଳବାଇ ଥାନା ଅଧୀନରେ ଆସୁଥିବା କାରଣରୁ ଆଜି ରାତିରେ ରୁଚିକା ଚାଇଲଡ୍ ଲାଇନ୍ ସହଯୋଗରେ ରେଳବାଇ ଥାନାରେ ଅଭିଯୋଗ କରାଯାଇଛି।

ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ କାହ୍ନା ଓରଫ୍‌ କୃଷ୍ଣଚନ୍ଦ୍ର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କିର ପଦନପୁରରେ । ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ଜିଆରପି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଖୋଳତାଡ ଚଳାଇଛି ରେଲେଓ୍ଵ ପୋଲିସ । ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚଢ଼ଉ ଚଳାଇଛି। ସିଆରପିସିର ଧାରା ୧୬୧ ଅନୁଯାୟୀ ପୁଲିସ ନାବାଳିକା ଦ୍ବୟଙ୍କ ବୟାନ ରେକର୍ଡ କରାଯାଇଛି। ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପଟିଆ ଅଞ୍ଚଳର ଦୁଇ ଜଣ ନାବାଳିକା (ଜଣେ ୧୨ ବର୍ଷ , ଆଉ ଜଣେ ୧୪ ବର୍ଷ) ଇଂଜଣା ଅଞ୍ଚଳରେ ରହୁଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲେ।

ସଂଧ୍ୟାରେ ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହିସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ପଟିଆ ରେଲବାଇ ଓଭରବ୍ରିଜ୍ ଉପରକୁ ଟେକି ନେଇ ଯାଇଥିଲେ। ସେଠାରେ ଦୁଇ ଯୁବକ ଦୁଇ ନାବାଳିକାଙ୍କୁ ବାନ୍ଧି ପକାଇ ଦୁଷ୍କର୍ମ କରି ଚାଲିଥିଲେ। ରାତିସାରା ସେମାନେ ଦୁଷ୍କର୍ମ କରି ଚାଲିଥିଲେ। ନାବାଳିକା ଦୁହେଁ ଯେତେ ଚିତ୍କାର କରିଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ। ପଟିଆ ରେଳ ଷ୍ଟେସନ ସଂଧ୍ୟାରୁ ଫାଙ୍କା ହୋଇ ଯାଉଥିବା କାରଣରୁ ଦୁବୃର୍ତ୍ତମାନେ ଏଭଳି କାଣ୍ଡ ବେଶ ସହ‌ଜରେ ଘଟାଇଥିଲେ। ସକାଳେ ନାବାଳିକା ଦୁହେଁ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଜଣେ ନାବାଳିକା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ସେହି ଯୁବକମାନଙ୍କ ପାଖକୁ ଯାଇ ପଚରାଉଚରା କରିବାବେଳେ, ଓଲଟି ସେମାନେ ଟଙ୍କା‌ ନେଇ କଥା ଚାପି ଦେବାକୁ କହିଥିଲେ।

Related posts

ରାଜ୍ୟରେ କମିଛି କରୋନା ସଂକ୍ରମଣ : ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

mahabharatanews

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ

mahabharatanews

Leave a Comment