ଓଡିଶା

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

(କଳାହାଣ୍ଡି) : ଘାଟି ରାସ୍ତାରେ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମହୁଲପାଟଣା ଘାଟିରେ ଦୁଇ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି । ତେବେ ପୋଲିସକୁ ଦେଖି ଚାଲାଣକାରୀମାନେ ଗାଡି ଛାଡି ଫେରାର ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଭବାନୀପାଟଣା ଅବକାରୀ ସ୍କ୍ୱାର୍ଡର ପାଟ୍ରୋଲିଂ ସମୟରେ ଜବତ କରିଛି ଅବକାରୀ ବିଭାଗ । ତେବେ ପୋଲିସକୁ ଦେଖି ଚାଲାଣକାରୀମାନେ ଗାଡି ଛାଡି ଫେରାର ହୋଇଥିବା ସୂଚନା ମିଳିଛି । ଗାଡି ସହ ଗଞ୍ଜେଇ ଜବତ କରି ଅବକାରୀ ବିଭାଗର ତଦନ୍ତ ଜାରି ରଖିଛି ।

 

Related posts

ଲୁହାପାଇପି ଘେରରୁ ବିଶ୍ୱ ଐତିହ୍ୟ କୋଣାର୍କ ମୁକ୍ତ

mahabharatanews

ବିଗୁଡୁଛି ସ୍ଥିତି: ରାଜ୍ୟରେ ଦିନକରେ ୫୬୧ କରୋନା ପଜିଟିଭ ଚିହ୍ନଟ

mahabharatanews

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

mahabharatanews