ବ୍ୟୁରୋ: ୭୫ ବର୍ଷୀୟ ସିଦ୍ଧାରମେୟା ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଦ୍ୱିତୀୟ ଥର ପାଇଁ ସିଏମ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ୨୦୧୩ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କର୍ଣ୍ଣାଟକରେ ସିଦ୍ଧାରମେୟା ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଉଦ୍ଧବ ଠାକରେ ଯୋଗଦେବେ ନାହିଁ। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ନିଜେ ଠାକରେଙ୍କୁ ଡାକି ଏହି କାର୍ୟ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏଥିସହ ମହାରାଷ୍ଟ୍ରର ଏମଭିଏ ସହ ଜଡିତ ଏନସିପି ସଭାପତି ଶରଦ ପାୱାର କର୍ଣ୍ଣାଟକ ପାଇଁ ବାହାରିଛନ୍ତି। ତେବେ ଏହି ଶପଥ ସମାରୋହରୁ ଉଦ୍ଧବ ଠାକରେ କାହିଁକି ଦୂରତା ରଖିଛନ୍ତି ତାହା ଜଣା ପଡି ନ ଥିବାବେଳେ ରାଜ୍ୟସଭା ସାଂସଦ ଅନୀଲ ଦେଶାଇ ଏହି ଉତ୍ସବରେ ଯୋଗଦେବେ।
ସିଦ୍ଧାରମେୟା କାହିଁକି ଦ୍ୱିତୀୟ ସୁଯୋଗ ପାଇଲେ?
ସିଦ୍ଧାରମେୟା ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦୀର୍ଘ ସମୟ ପରେକଂଗ୍ରେସ ସିଦ୍ଧାରମେୟାଙ୍କୁ ଆଉ ଥରେ ରାଜ୍ୟର ସିଏମ୍ ହେବାର ସୁଯୋଗ ଦେଇଛି। ଏହାର କାରଣ ହେଉଛି ତାଙ୍କର ଜନ ନେତାଙ୍କ ଭାବମୂର୍ତ୍ତି ଅଛି । ତାଙ୍କର ଉଭୟ ସିଏମ୍-ଡେପୁଟି ସିଏମଙ୍କ ଅଭିଜ୍ଞତା ରହିଛି। ଅଧିକାଂଶ ସର୍ବେକ୍ଷଣରେ ମଧ୍ୟ ସେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି। ତାଙ୍କୁ ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହା ବ୍ୟତୀତ, ସେ ଏଥର ସିଏମ ହେବାର ଶେଷ ସୁଯୋଗ ପାଇଲେ । ଏଥି ସହିତ ଶିବକୁମାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପାଇଁ ତାଙ୍କୁ ଫାଇଦା ମିଳିଛି ।
୮ ଜଣ ବିଧାୟକ ଶପଥ ଗ୍ରହଣ କରିବେ
ସିଦ୍ଧାରମେୟା ଆଜି କର୍ଣ୍ଣାଟକରେ ସିଏମ ଏବଂ ଡି.କେ ଶିବକୁମାର ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିବେ। ଏହା ବ୍ୟତୀତ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବ। ଏଥିମଧ୍ୟରେ ଦେଶପାଣ୍ଡେଙ୍କ ଜାଗରରେ ରାମଲିଙ୍ଗା ରେଡ୍ଡୀଙ୍କ ବି.କେ ହରିପ୍ରସାଦ ଏବଂ ଏମବି ପାଟିଲଙ୍କ ସ୍ଥାନରେ ଡକ୍ଟର ଜି ପରମେଶ୍ୱରା, କେଜେ ଜର୍ଜ, କେ.ଏଚ୍ ମୁନିୟାପ୍ପା, ସତୀଶ ଜାର୍କିହୋଲି, ଜାମିର ଅହମ୍ମଦ, ନାମ ରହିଛି।
previous post