ମା’ କାଳୀଙ୍କୁ ଅପମାନ କରିଥିବା କାରଣ ପାଇଁ ୟୁକ୍ରେନ କ୍ଷମା ମାଗିଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ଟ୍ୱିଟର ଆକାଇଣ୍ଟରେ ମା କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃ୍ ଛବି ପୋଷ୍ଟ କରାଯାବା ପାରେ ଭାରତରେ ଏହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତରେ ଇଣ୍ଟରନେଟ ବ୍ୟବହାରକାରିମାନେ ଉକ୍ତ ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହି ଛବି ହିନ୍ଦୁ ଭଗବାନଙ୍କୁ ଆଘାତ ଦେଉଛି ବେଲେି ଇଣ୍ଟରନେଟ ବ୍ୟବହର କାରିମାନେ ଦାବି କରିଥବଲେ ଏବଂ ୟୁକ୍ରେନଠାରୁ କ୍ଷମା ଦାବି କରିଥିଲେ ।ତେବେ ବିବାଦ ବଢିବାପରେ ୟୁକ୍ରେନ ବିଦେଶ ମନ୍ତ୍ରୀ ଏମିନେ ଝାପାରୋଭା ଏଥିପାଇଁ କ୍ଷମା ମାଗିଛନ୍ତି । କହିଛନ୍ତି କି ମା’ କାଳୀଙ୍କ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ଟ୍ୱିଟ୍ ପାଇଁ ସେ ଦୁଃଖିତ । ସେ ଆହୁରି କହିଛନ୍ତି ଆମେ ଦୁଃଖିତ ଯେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁ ଦେବୀ ମା’ କାଳୀଙ୍କୁ ବିକୃତ ଢଙ୍ଗରେ ଚିତ୍ରଣ କରିଛି । ୟୁକ୍ରେନ୍ ଏବଂ ଏହାର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି । ଏହି ଫଟୋଟି ଡିଲିଟ୍ ହୋଇସାରିଛି । ପାରସ୍ପରିକ ସମ୍ମାନ ଏବଂ ବନ୍ଦୁତ୍ୱର ଭାବନାରେ ସହଯୋଗକୁ ଆହୁରି ବଢ଼ାଇବାକୁ ୟୁକ୍ରେନ୍ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।
next post
