Uncategorizedଅପରାଧରାଜନୀତି

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

(ମହାଭାରତ/ଉନ୍ନାଓ): ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ଘଟଣା ପରେ ପୀଡିତା ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ୟୁପି ସରକାର ରାଜ୍ୟରେ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅ ।ୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଅ ।ଯାଇଛି । ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ବଳାକ୍ରାରୀଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ଦେବା ପାଇଁ ଯୋଗୀ ସରକାର ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ମଧ୍ୟରୁ ୧୪୪ଟି କୋର୍ଟ ନିୟମିତ ହେବ ଯେଉଁ ଗୁଡିକ ଦୁଷ୍କର୍ମ ଘଟଣା ଉପରେ ନଜର ରଖିବେ । ଏତଦ୍ ବ୍ୟତୀତ ୭୪ଟି ପକ୍ସୋ କୋର୍ଟ ଖୋଲାଯିବ । ଏଥିପାଇଁ ପ୍ରତି କୋର୍ଟ ପିଛା ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଉତ୍ତର ପ୍ରଦେଶରେ ଶିଶୁମାନଙ୍କ ସହ ଜଡିତ ୪୨,୩୭୯ ମାମଲା ଓ ୨୫,୭୪୯ ମହିଳା ସମ୍ବନ୍ଧିତ ମାମଲା ପଡିରହିଛି । ଏବେ ଏହି ସବୁ ମାମଲାର ଶୁଣାଣି ଏହି ଅଦାଲତ ମାଧ୍ୟମରେ କରାଯିବ ।

Related posts

ପୌର ଫାଇଟ: ରାଜଧାନୀରେ ସୁଲୋଚନା ଆଗୁଆ, କଟକରେ ସୁବାସ ଆଗୁଆ, ଜାଣନ୍ତୁ କିଏ ପାଇଲା କେତେ ଭୋଟ୍

mahabharatanews

ଅରୁଣ ଦେଙ୍କୁ ଶ୍ରଦ୍ଧାଞଳି

mahabharatanews

ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର

mahabharatanews

Leave a Comment