ଓଡିଶା

କୋଭିଡ୍ ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ 

(ଭୁବନେଶ୍ୱର) : ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ନୂଆ ଭାରିଆଣ୍ଟ JN.1 ର ପ୍ରକୋପ ବିସ୍ତାର କରିବାରେ ଲାଗିଛି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି । ଏହା ପରେ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ । ସମସ୍ତ ରାଜ୍ୟ ସହ ବୈଠକରେ କରିବେ ଆଲୋଚନା ।

ସୂଚନାନୁଯାୟୀ , ଆବଶ୍ୟକ ପଡିଲେ ରାଜ୍ୟ ଗାଇଡ୍‌ଲାଇନ୍‌ ଜାରି କରିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ବି ସର୍ଭେଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ଼ ଟେଷ୍ଟ କରାଯାଉଥିଲା । ଏବେ ଯାଏଁ ରାଜ୍ୟରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଇବୁ । ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ । ତଥାପି ସର୍ଭେଲାନ୍ସ ଜାରି ରହିଛି । କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି । ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ ।

Related posts

ଇଲେକ୍ଟ୍ରୋ ଚିକିତ୍ସକ ସଂଘର ମାଗଣା ସ୍ୱାସ୍ଥ୍ୟ ଶିବିର

mahabharatanews

ଶବ ବ୍ୟବଛେଦ ଘରେ ଚାଲିଛି ଅସାମାଜିକ କାର୍ଯ୍ୟ

mahabharatanews

ସାତ ଫୁଟର ଅଜଗର ସାପ ଉଦ୍ଧାର

mahabharatanews

Leave a Comment