ମନୋରଞ୍ଜନ

ଉର୍ଫିଙ୍କୁ ଥାନାକୁ ନେଇଗଲେ ପୋଲିସ

(ମୁମ୍ବାଇ) : ସବୁବେଳେ ଚର୍ଚାରେ ଉର୍ଫି ଜାଭେଦ୍ । ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ପାଇଁ ହାଇଲାଇଟରେ ରହିଥାନ୍ତି । ‘ବିଗ୍ ବସ୍’ ଫେମ୍‌ ଉର୍ଫି ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି। ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ତେବେ ଏହାରି ମଧ୍ୟରେ ଉର୍ଫିଙ୍କୁ  ଏହି କାରଣରୁ ପୁଲିସ୍‌ ବାନ୍ଧି ନେଇଛି। ଉର୍ଫିଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ‌ରେ ସେ ରେଷ୍ଟୁରାଷ୍ଟରେ ଥିବାର ଦେଖବାକୁ ମିଳିଛି।

ସୂଚନାନୁଯାୟୀ , ମାତ୍ର ପ୍ରତିଥର ସେ କିିଛି କିଛି ନୂଆ ଶୈଳୀର ପୋଷାକ ପରିଧାନ କରି ଆଲୋଚନାର ପରିସର ଭିତରକୁ ଆସିଥାନ୍ତି। ଏଥର କିନ୍ତୁ ‌ଅଶାଳୀନ ପୋଷାକ ପିନ୍ଧିବା ତାଙ୍କୁ ମହଙ୍ଗା ପଡ଼ିଛି।  ସେଠାରେ ମହିଳା ପୁଲିସ୍‌ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି। ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରି‌ବେ ବୋଲି ପୁଲିସ୍‌ କହୁଥିବାର ଶୁଣିବାକୁ ମିଳୁଛି।

Related posts

ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ

mahabharatanews

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୩ ବର୍ଷ ବୟସ୍କ

mahabharatanews

ଏତିକି କୋଟି ଆୟ କଲା ଫିଲ୍ମ ‘କ୍ରୁ’ 

mahabharatanews