ମନୋରଞ୍ଜନ

ରିଲିଜ ହେଲା ‘କାନ୍ତାରା-୨’ର ଲୋମଟାଙ୍କୁରା ଟିଜର

(ମୁମ୍ବାଇ) : ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ସାମ୍ନାକୁ ଆସିଲା ରକ୍ତରେ ଜୁଡ଼ୁବୁଡୁ ‌ହୋଇ ହାତରେ ତ୍ରିଶୂଳ ଧରି  ଅଭିନେତା ଋଷବ ସେଟ୍ଟୀଙ୍କ ଲୋମଟାଙ୍କୁରା ଦୃଶ୍ୟ । ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା।

 

ସୂଚନାନୁଯାୟୀ , ଫିଲ୍ମକୁ ମିଳିଥିବା ସଫଳତାକୁ ଦେଖି ନିର୍ମାତାମାନେ ଫିଲ୍ମର ଆଉ ଏକ ଭାଗ ନିର୍ମାଣ ନେଇ ଘୋଷଣା କରିଥିଲେ। ଅନେକ ଦିନରୁ ଦର୍ଶକ ଏହାର ଅପେକ୍ଷା କରିଥିବା ବେଳେ ଆଜି ‘କାନ୍ତାରା-୨’ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ‘କାନ୍ତାରା ଚାପ୍ଟର-୧’ ହେଉଛି ଏକ ପ୍ରିକ୍ୱେଲ୍। ‘କାନ୍ତାରା ଚାପ୍ଟର-୧’ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ। ଫିଲ୍ମକୁ ଏକ ବଡ଼ ଆକାରରେ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଛି ଏବଂ ଏଥର ବଜେଟ୍ ମଧ୍ୟ ଅଧିକ ରହିବ। ତିନିଟି ପର୍ଯ୍ୟାୟରେ ଏହାର ସୁଟିଂ କରାଯିବ ବୋଲି କୁହାଯାଉଛି, ଯାହା ୨୦୨୪ସୁଦ୍ଧା ଶେଷ ହେବ। ଏଥର ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱ ଋଷଭ ସେଟ୍ଟୀଙ୍କ ହାତରେ ରହିବ।

Related posts

‘ଦି କେରଳ ଷ୍ଟୋରୀ’ ପରେ ଆସୁଛି ‘ବସ୍ତର’

mahabharatanews

୧୯ରେ ଆଖୁ ବୁଜିଲେ ଅଭିନେତ୍ରୀ ସୁହାନୀ

mahabharatanews

ଇଶା ଦେଓଲଙ୍କ ଲିପ୍ ସର୍ଜରୀ

mahabharatanews