ଓଡିଶା

୩୭ ଗୋଟି ପରିବାରଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ

ରାୟଗଡ: ବର୍ତ୍ତମାନ ଚାଲିଛି ଶୀତ ଋତୁ । ଘନ କୁହୁଡି ସହିତ ହାଡ଼ଭଙ୍ଗା ଶୀତରେ ଗାଁ ଗହଳିରେ ରହୁଥିବା ବୃଦ୍ଧବୃଦ୍ଧା ଓ ଛୋଟ ଛୋଟ ପିଲା ମଧ୍ୟ ଏହି ହାଡ଼ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ହାଲୁଆ ପଞ୍ଚାୟତର ଝୋଡ଼ିଆ ସାହିରେ ବାସ କରୁଥିବା ୩୭ ଗୋଟି ପରିବାରଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏହାସହ ଉକ୍ତ ସାହିରେ ପୁରୁଷ ଓ ମହିଳାଙ୍କୁ ମଦ୍ୟପାନ ନ କରିବା ଓ ନ କରାଇବା ପାଇଁ ସଚେତନ କରିବା ସହ ଶପଥ ପାଠ ମଧ୍ୟ କରାଇଥିଲେ ଆସୋସିଏସନର ସମସ୍ତ ସଦସ୍ୟ । ସାମ୍ବାଦିକତା ବ୍ୟତୀତ ଜିଲ୍ଲାରେ ସାମାଜିକ କାର୍ୟ୍ୟକ୍ରମରେ ଗୋଟିଏ ପାଦ ଆଗରେ ରହି ଥାଆନ୍ତି ଏହି ଆସୋସିଏସନର ସମସ୍ତ ସଭ୍ୟ । ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତା ଓ ସଭ୍ୟ ମାନେ ଆଗକୁ ଏହିଭଳି ସାମାଜିକ କାର୍ୟ୍ୟକ୍ରମ ମାନ କରିବାକୁ ଯୋଜନା ରହିଥିବା ପ୍ରକାଶ କରିଛନ୍ତି ସଭାପତି ଦୟାନନ୍ଦ ଖାଡାଙ୍ଗା । ଆଜିର ଏହି କାର୍ୟ୍ୟକ୍ରମ ଟିକୁ ଆସୋସିଏସନର ସଭାପତି ଦୟାନନ୍ଦ ଖାଡାଙ୍ଗା ନେତୃତ୍ୱରେ ଅତିଥି ଭାବେ ହାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ତାମାରାଓ ବିଡିକା, ଉପଦେଷ୍ଟା ପ୍ରଦୀପ କୁମାର ଦାଶ, ଉପସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀଧର ଚୌଧୁରୀ, ପି. ସାଇ ପ୍ରସାଦ, ହରି ନାରାୟଣ ଦାଶ, ଜିତେନ୍ଦ୍ର କୁମାର ପାଢୀ ଓ ମନୋରଞ୍ଜନ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ ।

Related posts

ରାଜ୍ୟରେ ବଢୁଛି ଶୀତ : ୧୫ଡିଗ୍ରୀ ତଳେ ୫ ସହର 

mahabharatanews

ଭୁବନେଶ୍ୱର ପାଲଟିବ କରୋନା କେନ୍ଦ୍ର!

mahabharatanews

ଆରମ୍ଭ ହେଲା ପଥ ଉତ୍ସବ 

mahabharatanews