ଓଡିଶା

ଚାଲିଛି ପୁରୀ -ରାଉଲକେଲା ବନ୍ଦେ ଭାରତ ଟ୍ରାଏଲ ରନ

(ଭୁବନେଶ୍ୱର) : ଗଡିବ ଆଉ ଗୋଟେ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିନିମନ୍ତେ ଚାଲିଛି ଟ୍ରାଏଲ ରନ୍ । ଆଜି ସକାଳ ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ବାହାରିଛି । ପୁରୀ ରେଳଷ୍ଟେସନର ୨ ନଂ ପ୍ଲାଟଫର୍ମରୁ ଭୋର ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍ ଟ୍ରାଏଲ ରନ ଆରମ୍ଭ କରିଥିଲା। ପ୍ରାୟ ୬ ଘଣ୍ଟାରେ ଏହା ରାଉରକେଲାରେ ପହଁଚିବ । ଆଗରୁ ସେପ୍ଟେମ୍ବର ୧୧ରେ ପୁରୀରୁ ତାଳଚେର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ ନେଇଥିଲା ।

ସୂଚନାନୁଯାୟୀ, ଏହି ଟ୍ରେନ ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ । ଆଉ ପୁଣି ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାଏଲ ରନ ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ, ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ୨ମିନିଟ ଲେଖାଏଁ ରହିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬ଟାରେ ପହଞ୍ଚିଥିଲା । ତେବେ ଆସନ୍ତା ସେପ୍ଟେମ୍ବର ୩୦ ରେ ଏହି ଏକ୍ସପ୍ରେସ ଟ୍ରେନଟି ବିଦ୍ଧିବଦ୍ଧ ଭାବେ ଗଡିବାକୁ ଯାଉଥିବା ଅନୁମାନ କରାଯାଉଛି ।

Related posts

ଅକ୍ଟୋବର ୧୧ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

mahabharatanews

ରାଜ୍ୟରେ ୩ ଓ ୪ରେ ହାଲୁକା ବର୍ଷା ସମ୍ଭାବନା

mahabharatanews

ପାଣିରେ ଚାଲି ଚାଲି ସମସ୍ୟା ଦେଖିଲେ ଭଦ୍ରକ ଜିଲ୍ଲାପାଳ

mahabharatanews

Leave a Comment