ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। କଟକରେ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ହେବେ ସାମିଲ । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି । ଆଜି ଦେଶ ପାଳୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହାପରେ ସେଠାରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଯିବାର କାର୍ୟ୍ୟକ୍ରମ ରହିଛି । ଉପରାଷ୍ଟ୍ରପତିଙ୍କ ସହ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ।
କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗଦେବେ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିଛି । ଭିଭିଆଇପିଙ୍କ କଟକ ଗସ୍ତ ପାଇଁ ଭୁବନେଶ୍ବରରୁ କଟକ ଯାଏ ଟ୍ରାଫିକ କଟକଣା ଲଗାଯାଇଛି । ସେଠାରୁ କାର୍ୟ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନ ବନ୍ଦର ଫେରିବେ । ଆଜି ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ।
