ଭାରତରାଜନୀତି

ନାମାଙ୍କନ ଦାଖଲ କଲେ ମାରଗ୍ରାଣ୍ଟ ଆଲଭା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାରଗ୍ରାଣ୍ଟଆଲଭା ବୁଧବାର ନିଜର ନାମାଙ୍କନ ଭରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ନେତା ଶରଦ ପାୱାର କଂଗ୍ରେସର ରାଜ୍ୟସଭା ସଂସଦୀୟ ଦଳର ନେତା ମଲ୍ଲୀକାର୍ଜୁନ ଖାଡଗେ, ଲୋକସଭା ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ, ସିପିଏମ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା ପ୍ରମୁଖ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ଥିଲେ। ବୁଧବାର ନାମାନଙ୍କ ଦାଖଲର ଶେଷ ତାରିଖ ରହିଛି। ଶନିବାର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଙ୍କର ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ନାମାଙ୍କନ ଦାଖଲ କରିଛନ୍ତି।
ରବିବାର ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ଆଲଭାଙ୍କୁ ମିଳିତ ବିରୋଧୀ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା। ସେହିପରି ଶନିବାର ଦିନ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଙ୍କରଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଥିଲେ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଜୁଲାଇ ୧୦ ତାରିଖରେ ଶେଷ ହେବ। ଏଥିଲାଗି ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Related posts

ସିଦ୍ଧାରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ଉଦ୍ଧବ ଠାକରେ

mahabharatanews

ଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶ

mahabharatanews

mahabharatanews